ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଡେବ୍ୟୁ ଚଳଚ୍ଚିତ୍ର ଷ୍ଟୁଡେଣ୍ଟ ଅଫ ଦ ଇୟର-2କୁ ଆଜି ପୂରିଲା ଗୋଟିଏ ବର୍ଷ । ଏନେଇ ଅନନ୍ୟା କହିଛନ୍ତି ଯେ, ମତେ ଏହା ଏକ ସରପ୍ରାଇଜ ଭଳି ମନେହେଉଛି ।
ପୁନିତ ମଲହୋତ୍ରାଙ୍କ ନିର୍ଦ୍ଦେଶିତ ଷ୍ଟୁଡେଣ୍ଟ ଅଫ ଦ ଇୟର, ଧର୍ମା ପ୍ରଡକ୍ସନ୍ସ ବ୍ୟାନରରେ କରଣ ଜୋହର, ହିରୋ ୟଶ ଜୋହର ଏବଂ ଅପୂର୍ଭା ମେହେତା ମିଳିତ ଭାବେ ଏହି ଚଳଚ୍ଚିତ୍ରକୁ ପ୍ରସ୍ତୁତ କରିଥିଲେ ।
ଏହି ଚଳଚ୍ଚିତ୍ର ବିଷୟରେ ଅନନ୍ୟା କହିଛନ୍ତି ଯେ, ମତେ ଏପର୍ଯ୍ୟନ୍ତ ବିଶ୍ବାସ ହେଉନାହିଁ ଯେ, ଷ୍ଟୁଡେଣ୍ଟ ଅଫ ଦ ଇୟର-2 କୁ ଏକ ବର୍ଷ ପୂରିଲା । ତଥାପି, ମତେ ଏହା ଏକ ସରପ୍ରାଇଜ ଭଳି ମନେହେଉଛି । ଗତ ବର୍ଷ ଏହି ତାରିଖରେ ମୁଁ ଯାହା ଇଚ୍ଛା କରିଥିଲି ଏବଂ ଯାହା ସ୍ୱପ୍ନ ଦେଖିଥିଲି ତାହା ପୂରଣ ହୋଇଥିଲା । ତେଣୁ ମୁଁ ପୁନିତ, କରଣ, ଅପୂର୍ଭା, ଟାଇଗର, ତାରା, ଆଦିତ୍ୟ, ରବି ସାର ଏବଂ ମୋର ଚଳଚ୍ଚିତ୍ରର ସମସ୍ତ କାଷ୍ଟ ସଦସ୍ୟଙ୍କୁ ମୋର ତରଫରୁ ଧନ୍ୟବାଦ ଜଣାଉଛି ।
ଅନନ୍ୟା ଆହୁରି ମଧ୍ୟ କହିଛନ୍ତି ଯେ, ଦର୍ଶକମାନଙ୍କ ଠାରୁ ଏବଂ ଚଳଚ୍ଚିତ୍ର ଇଣ୍ତଷ୍ଟ୍ରିରୁ ମୁଁ ପାଇଥିବା ଭଲପାଇବା ମୋତେ ଅଧିକ ପରିଶ୍ରମ କରିବାକୁ ପ୍ରେରିତ କରେ । ଚଳଚ୍ଚିତ୍ର ଇଣ୍ତଷ୍ଟ୍ରିର ମୁଁ ଜଣେ ସଦସ୍ୟ ହୋଇଥିବାରୁ ମୁଁ ବହୁତ ଖୁସି ।ଏହାସହ ମୁଁ ପ୍ରଶଂସକମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଷ୍ଟୁଡେଣ୍ଟ ଅଫ ଦ ଇୟର-2 ଚଳଚ୍ଚିତ୍ରରେ ଅନନ୍ୟାଙ୍କ ସହିତ ଅଭିନେତା ଟାଇଗର ଶ୍ରଫ, ଆଦିତ୍ୟ ସିଲ ଏବଂ ତାରା ମଧ୍ୟ ଅଭିନୟ କରିଥିଲେ ।
ନିକଟରେ ଅନନ୍ୟା ଖାଲୀ ପିଲିରେ ଇଶାନ ଖଟ୍ଟରଙ୍କ ସହ ନଜର ଆସିବେ । ଏହାସହ ତେଲୁଗୁ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ମଧ୍ୟ ଅନନ୍ୟା ଏକ ଚଳଚ୍ଚିତ୍ରରେ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ