ETV Bharat / sitara

Action-Thriller Fateh: ନଜର ଆସିବେ ସୋନୁ

author img

By

Published : Dec 23, 2021, 7:02 PM IST

ନିର୍ଦ୍ଦେଶକ ଅଭିନନ୍ଦନ ଗୁପ୍ତାଙ୍କ ଆକ୍ସନ-ଥ୍ରିଲର Fatehରେ ନଜର ଆସିବେ ବଲିଉଡ଼ ଷ୍ଟାର ସୋନୁ ସୁଦ୍‌ । ଅଧିକ ପଢନ୍ତୁ

Action-Thriller Fateh: ନଜର ଆସିବେ ସୋନୁ
Action-Thriller Fateh: ନଜର ଆସିବେ ସୋନୁ

ମୁମ୍ବାଇ: ଆକ୍ସନ ଥ୍ରିଲର ଫିଲ୍ମ 'ଫତେହ୍‌'ରେ ଅଭିନୟ କରିବେ ଲୋକପ୍ରିୟ ବଲିଉଡ଼ ଆକ୍ଟର ସୋନୁ ସୁଦ । ଏନେଇ ଗୁରୁବାର ଫିଲ୍ମ ମେକର୍ସ ସୂଚନା ଦେଇଛନ୍ତି । ଏହି ଫିଲ୍ମରେ ସୋନୁଙ୍କୁ ଦମଦାର ଆକ୍ସନ କରୁଥିବାର ଦେଖିବେ ଦର୍ଶକ ।

ଫିଲ୍ମ 'ଦବଙ୍ଗ' ଓ 'ସିମ୍ବା' ପାଇଁ ଦର୍ଶକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଥିବା ଏହି ୪୮ ବର୍ଷୀୟ ଆକ୍ଟର ଏହି ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ବାଜିରାଓ ମସ୍ତାନୀର ଆସିଷ୍ଟାଣ୍ଡ ଡାଇରେକ୍ଟର ଅଭିନନ୍ଦନ ଗୁପ୍ତା ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ଅଭିନୟର ସୁଯୋଗ ପାଇବା ପରେ ସୋନୁ କହିଛନ୍ତି ଯେ ତାଙ୍କୁ ଫିଲ୍ମର ଷ୍ଟୋରୀ ବେଶ ପସନ୍ଦ ଆସିଛି । ଏହା ଏକ ମୁଖ୍ୟ ବିଷୟ ଏବଂ ଏହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ । ସେ ଫିଲ୍ମର ସ୍କ୍ରିପ୍ଟ ପଢିବା ପରେ ଏହାର ଏକ ଅଂଶ ହେବାକୁ ଚାହିଁଥିଲେ । ଏଭଳି ଷ୍ଟୋରୀକୁ ସେ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ ଯାଉଥିବାରୁ ବେଶ ଖୁସି ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ: ସୋସିଆଲ୍ ମିଡିଆରେ ପୋଷ୍ଟ୍ ମାମଲା: ମୁମ୍ବାଇ ପୋଲିସ ନିକଟରେ ହାଜର ହେବେ କଙ୍ଗନା

Zee Studiosର ସିବିଓ ଶାରିକ୍‌ ପଟେଲ କହିଛନ୍ତି ଯେ ସୋନୁ ନିଜ ସାମାଜିକ କାର୍ଯ୍ୟ ଜରିଆରେ ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏଣୁ ତାଙ୍କୁ ନେଇ ଏହି ଫିଲ୍ମ ହେଉଥିବାରୁ ସେ ବହୁତ ଉତ୍ସାହିତ ଥିବା କହିଛନ୍ତି । ସୋନୁ ସମାଜ ସେବାରେ ନିଜକୁ ନିୟୋଜିତ କରି ଏକ ପ୍ରକୃତ ହିରୋ ସାଜିଛନ୍ତି । ତେବେ ସୂଚନା ଥାଉ କି ଏହି ଫିଲ୍ମଟି ଆସନ୍ତା ୨୦୨୨ ମସିହାର ପ୍ରଥମ ଭାଗରେ ଏହାର ପ୍ରଡକ୍ସନ କାର୍ଯ୍ୟ ଆରମ୍ଭ ହେବ ।

ସେପଟେ ସୋନୁ Yash Raj Filmsର 'ପୃଥ୍ବୀରାଜ'ରେ ମଧ୍ୟ ନଜର ଆସିବେ । ଏଥିରେ ଅନ୍ୟ କଳାକାର ଭାବେ ବଲିଉଡ଼ ଖିଲାଡ଼ି ଅକ୍ଷୟ କୁମାର ଓ ମିସ ୱାର୍ଲ୍ଡ 2017 ମାନୁଶୀ ଚିଲ୍ଲର ମଧ୍ୟ ନଜର ଆସିବେ । ତେବେ ଏହି ଫିଲ୍ମ ମାଧ୍ୟମରେ ମାନୁଶୀ ବଲିଉଡ଼ରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.