ମୁମ୍ବାଇ: ଏହି ସମୟରେ ବି-ଟାଉନ ଡିଭା ସୋନମ କପୁର ନିଜର ଅପକମିଙ୍ଗଫିଲ୍ମ 'ଜୋୟା ଫ୍ୟାକ୍ଟର'କୁ ନେଇ ଖୁବ୍ ବ୍ୟସ୍ତ । ଆଉ କିଛି ଦିନ ପରେ ଅର୍ଥାତ୍ ମେ 8ରେ ସେ ନିଜ ମ୍ୟାରେଜ ଆନିଭର୍ସରି ସେଲିବ୍ରେଶନ କରିବେ । ସୋନମ ଓ ଆନନ୍ଦ ଆହୁଜା ଗତ ବର୍ଷ ମେ 8ରେ ବିବାହ କରିଥିଲେ ।
ଫାଷ୍ଟ ମ୍ୟାରେଜ ଆନିଭର୍ସରିରେ ସୋନମ ଚାହୁଁଛନ୍ତି କି ସ୍ବାମୀ ଆନନ୍ଦ ଭାରତକୁ ଆସନ୍ତୁ । ସୋନମଙ୍କ ଏହି କଥାରେ ଫ୍ୟାନ୍ସ ଆଶା କରୁଛନ୍ତି କି ହୁଏତଃ ସେ ସ୍ବାମୀଙ୍କୁ କିଛି ସରପ୍ରାଇଜ ଦେବାକୁ ଯାଉଛନ୍ତି ।
ଜଣାଇ ଦେଉଛୁ ଯେ ଏହି ସମୟରେ ଆନନ୍ଦ ବିଜନେସ ପାଇଁ ଲଣ୍ଡନରେ ରହୁଛନ୍ତି । ଅନ୍ୟପଟେ ସୋନମ ଭାରତରେ ନିଜ ଫିଲ୍ମରେ ଖୁବ୍ ବ୍ୟସ୍ତ ଅଛନ୍ତି । ନିକଟରେ ଏକ ଆୱାର୍ଡ ଶୋ ସମୟରେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା କି ସେ ବିବାହର ପ୍ରଥମ ବାର୍ଷିକୀକୁ କିପରି ପାଳନ କରିବେ । ଏହାର ଉତ୍ତରରେ ସୋନମ କହିଥିଲେ କି ସେହିଦିନ ସେ ନିଜର ଫିଲ୍ମ 'ଜୋୟା ଫ୍ୟାକ୍ଟର'ର ପ୍ରମୋଶନ ଆରମ୍ଭ କରିବେ । ଅନ୍ୟପଟେ ସେ ଚାହୁଁଛନ୍ତି ଆନନ୍ଦ ଲଣ୍ଡନରୁ ଆସି ତାଙ୍କୁ ସାକ୍ଷାତ କରନ୍ତୁ ।