ETV Bharat / sitara

ଜୋୟା ଦେବୀଙ୍କ ନିଆରା ମାୟା, ଦେଖନ୍ତୁ ଟ୍ରେଲର

author img

By

Published : Aug 29, 2019, 6:06 PM IST

ପରିଶେଷରେ ରିଲିଜ ହୋଇଯାଇଛି ‘ଦ ଜୋୟା ଫ୍ୟାକ୍ଟର’ର ଟ୍ରେଲର । ସୋନମଙ୍କ ସହ ପ୍ରଥମଥର ପରଦାରେ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ସାଉଥ ଅଭିନେତା ଦିଲକର ସଲମାନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର ଆହୁଜା

ମୁମ୍ବାଇ: ବଲିଉଡ ଡିଭା ସୋନମ କପୁର ଓ ତେଲୁଗୁ ଅଭିନେତା ଦିଲକର ସଲମାନଙ୍କ ଅଭିନୀତ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ ରିଲିଜ ପାଇଁ ପ୍ରସ୍ତୁତ । ଇତିମଧ୍ୟରେ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ମେକର୍ସ ଫିଲ୍ମର ଦମଦାର ଟ୍ରେଲର ରିଲିଜ କରିଦେଇଛନ୍ତି ।

‘ଦ ଜୋୟା ଫ୍ୟାକ୍ଟର’ ଏକ ବାସ୍ତବ କାହାଣୀକୁ ନେଇ ଆଧାରିତ । ଇଣ୍ଡିଆନ କ୍ରିକେଟ ଟିମର ଲକି ଚାର୍ମ ଭାବେ ପପୁଲାର ଜୋୟା ସୋଲାଙ୍କିଙ୍କ କାହାଣୀ ଟ୍ରେଲରରେ ଦେଖିବାକୁ ମିଳୁଛି । ସେ ଭାରତୀୟ କ୍ରିକେଟ ଟିମ ପାଇଁ କିପରି ଲକି ତାହା ନେଇ ଫିଲ୍ମର ବିଷୟବସ୍ତୁ । ଜୋୟାଙ୍କ ଭୂମିକାରେ ନଜର ଆସୁଛନ୍ତି ସୋନମ ।

ସେହିପରି ଟ୍ରେଲରରେ ମଧ୍ୟ ସୋନମଙ୍କ କମେଡି ଭରା ଅନ୍ଦାଜ ଦେଖିବାକୁ ମିଳୁଛି । ଜୋୟା ଯେବେ ଜନ୍ମ ହୋଇଥିଲେ ତେବେ ଭାରତୀୟ କ୍ରିକେଟ ଟିମ ପ୍ରଥମଥର ବିଶ୍ବକପ ଜିତିଥିଲା । ତେବେ ଠାରୁ ଜୋୟା ଇଣ୍ଡିଆନ କ୍ରିକେଟ ଟିମ ପାଇଁ ଲକି ବୋଲି ତାଙ୍କ ପିତା ଭାବିନେଇଥିଲେ ।

ଯେଉଁଠାରେ ଜୟୋଙ୍କୁ କ୍ରିକେଟ ଆଦୌ ପସନ୍ଦ ନୁହେଁ, ସେହିଠାରେ ସେ ଯେବେ ମଧ୍ୟ ଭାରତୀୟ କ୍ରିକେଟରଙ୍କ ସହ ସାକ୍ଷାତ କରିଛନ୍ତି ତେବେ ତେବେ କ୍ରିକେଟରେ ବିଜୟ ହାସିଲ କରିଛି ଭାରତ । ଯାହା ଟ୍ରେଲରରେ ଦେଖିବାକୁ ପାଇଛନ୍ତି ଦର୍ଶକ ।

ଅନ୍ୟପଟେ ଫିଲ୍ମରେ ଦିଲକର ଜଣେ କ୍ରିକେଟର ନିଖିଲ ଖୋଡାଙ୍କ ଭୂମିକାରେ ନଜର ଆସୁଛନ୍ତି । ଯାହାଙ୍କ ପ୍ରେମରେ ସୋନମ ପଡିଯାଉଛନ୍ତି । ଫିଲ୍ମର ପୁରା କାହାଣୀ ଜାଣିବା ପାଇଁ ଦର୍ଶକଙ୍କୁ ଫିଲ୍ମ ରିଲିଜ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । କିନ୍ତୁ ତାହା ପୂର୍ବରୁ ଦେଖନ୍ତୁ ‘ଦ ଜୋୟା ଫ୍ୟାକ୍ଟର’ର କମେଡି ଟ୍ରେଲର...

  • " class="align-text-top noRightClick twitterSection" data="">

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.