ମୁମ୍ବାଇ: ଟେଲିଭିଜନରେ ‘ରାମାୟଣ’ ପୁନଃ ପ୍ରସାରଣ ପରଠୁ ବି-ଟାଉନର ଦବଙ୍ଗ ଗାର୍ଲ ଚର୍ଚ୍ଚାରେ। କାରଣ ରାମାୟଣ ପ୍ରସାରଣ ସହ ଦର୍ଶକଙ୍କୁ ସୋନାକ୍ଷୀଙ୍କ କେବିସି ଉତ୍ତର କଥା ମନେ ପଡିଯାଇଛି। ଗତବର୍ଷ ସୋନାକ୍ଷୀ ରାମାୟଣ ଜ୍ଞାନ ଉପରେ ଖୁବ୍ ଟ୍ରୋଲ ହୋଇଥିଲେ। ଏବେ ପୁଣିଥରେ ସେ ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି।
ସେ ଟ୍ବିଟ କରି ପ୍ରଶ୍ନ କରିଛନ୍ତି ଯେ ବିରକ୍ତପଣକୁ କିପରି ଦୂର କରିବା ଦରକାର? ହେଲେ ଏହାର ଜବାବରେ ତାଙ୍କ ରାମାୟଣ ଜ୍ଞାନକୁ ନେଇ ୟୁଜର୍ସ ତାଙ୍କୁ ପଲଟା ପ୍ରଶ୍ନ କରିଛନ୍ତି। କିଛି ୟୁଜର୍ସ ତାଙ୍କୁ ପରାର୍ମଶ ଦେବାକୁ ଯାଇ କହିଛନ୍ତି ଏହି ସମୟରେ ତାଙ୍କୁ ନିହାତି ‘ରାମାୟଣ’ ଦେଖିବା କଥା।
ସେହିପରି ଜଣେ ୟୁଜର ଲେଖିଛନ୍ତି, ‘ପ୍ରଭୁ ହନୁମାନ ଏବେ ୱାକ୍ସିନ ନେଇ ଆସୁଛନ୍ତି।’ ପ୍ରକାଶ ଥାଉକି ନିକଟରେ ‘ମହାଭାରତର ଭୀଷ୍ମ ଓ ‘ଶକ୍ତିମାନ’ର ସୁପରହିରୋ ମୁକେଶ ଖାନ୍ନା ସୋନାକ୍ଷୀଙ୍କ ମଜାକ ଉଡାଇଥିଲେ। ସେ କହିଥିଲେ ଯେ ‘ରାମାୟଣ’ ଓ ‘ମହାଭାରତ’ ପୁନଃ ପ୍ରସାରଣରେ ସୋନାକ୍ଷୀ ଭଳି ଲୋକଙ୍କୁ ସାହାଯ୍ୟ ମିଳିବ। ଯାହାର କଡା ଜବାବ ଦେଇଥିଲେ ସୋନାକ୍ଷୀଙ୍କ ପିତା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା।