ETV Bharat / sitara

ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ରାଗିଲେ ଦବଙ୍ଗ ଗାର୍ଲ

ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ନକାରାତ୍ମକ ପ୍ରତିକ୍ରିୟା ରଖିଲେ ସୋନାକ୍ଷୀ ସିହ୍ନା । ଯାତ୍ରା ପରେ ତାଙ୍କ ବ୍ୟାଗ ହ୍ୟାଣ୍ଡଲ ଭାଙ୍ଗି ଯିବା ଅଭିଯୋଗ ଆଣିଲେ ସେ । ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଦେଲେ ସୂଚନା।

author img

By

Published : Nov 4, 2019, 9:16 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଏକ ଭିଡିଓ । ଏଥର ସେ କୌଣସି ଫିଲ୍ମର ପ୍ରମୋଶନ କରୁଥିବାର ନଜର ଆସୁନାହାଁନ୍ତି, ବରଂ ଇଣ୍ଡିଗୋ ଏୟାରଲାଇନ୍ସ ବିରୋଧରେ କହୁଥିବାର ଦେଖାଯାଉଛନ୍ତି । ସେ ନିଜର ରାଗ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ବାହାର କରିଛନ୍ତି ।

କଥାଟି ହେଲା ଯେ ଇଣ୍ଡିଗୋ ଏୟାରଲାଇନ୍ସରେ ଯାତ୍ରା ସମୟରେ ତାଙ୍କ ବ୍ୟାଗ ଭାଙ୍ଗି ଯାଇଛି । ଯାହାର ସୂଚନା ସେ ଟ୍ବିଟରରେ ନିଜ ବ୍ୟାଗର ଅବସ୍ଥା ଦେଖାଇ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସୋନାକ୍ଷୀ ନିଜ ବ୍ୟାଗର ଭଙ୍ଗାରୁଜ ଅଭିଯୋଗ ଏୟାରଲାଇନ ଉପରେ ଲଗାଇଛନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର@ସୋନାକ୍ଷୀ ସିହ୍ନା

ଭିଡିଓରେ ସେ ଏହା କହୁଥିବାର ନଜର ଆସୁଛନ୍ତି, ‘ଆଜି ମୁଁ ଇଣ୍ଡିଗୋରେ ଯାତ୍ରା କରୁଥିଲି । ଆଉ ମୁ ପୁରା ଭଲ ବ୍ୟାଗ ସହ ଯାତ୍ରା ଆରମ୍ଭ କରିଥିଲି କିନ୍ତୁ ଏବେ ମୁଁ ଏମିତି ବ୍ୟାଗ ସହ ଅଛି । ଯାହାର ହ୍ୟାଣ୍ଡଲ ନମ୍ବର 1 ପୁରାପୁରି ଭାଙ୍ଗିଯାଇଛି । ହ୍ୟାଣ୍ଡଲ ନମ୍ବର 2 ମଧ୍ୟ। ଆଉ ବ୍ୟାଗର ଗୋଟ ଚକ ମଧ୍ୟ ହଜିଯାଇଛି । ଧନ୍ୟବାଦ ଇଣ୍ଡିଗୋ । ଆଉ କ୍ଷମା କରିବେ ଆପଣ ମଧ୍ୟ ଇଣ୍ଡିଗୋରେ ଯାତ୍ରା କରିପାରିବେ ନାହିଁ।’

ଅନ୍ୟପଟେ ସୋନାକ୍ଷୀଙ୍କ ଏପରି ପ୍ରତିକ୍ରିୟାରେ ଏଣ୍ଡିଗୋ ମଧ୍ୟ ଜବାବ ଦେଇ ତାଙ୍କୁ କ୍ଷମା ମାଗିଛି । ଖାଲି ଏତିକି ନୁହେଁ ଅନେକ ୟୁଜର୍ସ ମଧ୍ୟ ସୋନାକ୍ଷୀଙ୍କ ଏହି ପୋଷ୍ଟ ପରେ ଏୟାରଲାଇନ୍ସ ଉପରେ ନିଜ ରାଗ ବାହାର କରିଛନ୍ତି । କିଛି ୟୁଜର୍ସ କହିଛନ୍ତି ଯେ କାରଣ ଏହି ବ୍ୟାଗ ସୋନାକ୍ଷୀଙ୍କର ଥିଲା, ତେଣୁ ରିପ୍ଲାଇ କରିଛି ଏୟାରଲାଇନ୍ସ । କିନ୍ତୁ ଯଦି କୌଣସି ସାଧାରଣ ବ୍ୟକ୍ତିଙ୍କର ଏହି ବ୍ୟାଗ ହୋଇଥାନ୍ତା, ତେବେ ରିପ୍ଲାଇ ମଧ୍ୟ ମିଳିନଥାନ୍ତା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.