ETV Bharat / sitara

ସଲମାନଙ୍କୁ ନେଇ ସୋନାଙ୍କ ବଡ ଖୁଲାସା, ମିଳିଥିଲା ଦୁଷ୍କର୍ମ ଧମକ - ସୋନା ମହାପାତ୍ରଙ୍କୁ ମିଳିଥିଲା ଦୁଷ୍କର୍ମ ଧମକ

ପୁଣି ଚର୍ଚ୍ଚାରେ ସୋନା ମହାପାତ୍ର। ସୋସିଆଲ ମିଡିଆରେ ତାଙ୍କୁ ମିଳିଥିଲା ଦୁଷ୍କର୍ମ ଧମକ। ସଲମାନ ଖାନଙ୍କୁ ସମାଲୋଚନ କରିବା ପରେ ତାଙ୍କୁ ମିଳିଥିଲା ଏପରି ଧମକ।

_sona mohapatra
ଡିଜାଇନ ଫଟୋ
author img

By

Published : Apr 23, 2020, 7:46 PM IST

ମୁମ୍ବାଇ: ଲୋକପ୍ରିୟ ଗାୟିକା ସୋନା ମହାପାତ୍ର ଦୀର୍ଘ ସମୟରୁ ନିଜ ବୟାନ ଓ ରାଗ ପାଇଁ ଚର୍ଚ୍ଚାରେ ରହିଆସୁଛନ୍ତି। ଏବେ ସେ ପୁଣି ବଡ ବୟାନ ଦେଇ ମହଲ ଗରମ କରିଦେଇଛନ୍ତି। ଏଥର ସେ ସୁପରଷ୍ଟାର ସଲମାନ ଖାନଙ୍କ ଉପରେ ଦେଇଛନ୍ତି ବୟାନ। ଜଣେ ସୋସିଆଲ ମିଡିଆ ୟୁଜର ନିକଟରେ ସୋନାଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା କରିଥିଲେ। ୟୁଜର ଜଣକ କହିଥିଲେ ଯେବେ ମଧ୍ୟ ଟ୍ବିଟରରେ ତାଙ୍କ ନାମ ସର୍ଚ୍ଚ କରୁଛୁ ତେବେ ହିନ୍ଦୁଫୋବିୟା ଦେଖିବାକୁ ମିଳୁଛି।

ୟୁଜରଙ୍କ ଏହି ବୟାନରେ ସୋନା ପ୍ରତିକ୍ରିୟା ରଖିବା ସହ ବଡ ଖୁଲାସା ମଧ୍ୟ କରିଛନ୍ତି। ଜବାବରେ ସେ ଲେଖିଛନ୍ତି, ‘ମୁଁ ଜଣେ ପବ୍ଲିକ ଫିଗର। ମତେ 2 ବର୍ଷ ପୂର୍ବେ ଏକ ମୁସଲିମ ସଙ୍ଗଠନରୁ ଧମକପୂର୍ଣ୍ଣ ଚିଠି ମିଳିଥିଲା। କାରଣ ମୁଁ ଏକ ଗୀତ ଗାଇଥିଲେ। ମୁଁ ସଲମାନଙ୍କ ବିଷୟରେ ଖରାପ କହିଥିଲି। ଯାହାପରେ ମତେ ଦୁଷ୍କର୍ମ ଏବଂ ଏସିଡ ପିଙ୍ଗିବାର ଧମକ ଦିଆଯାଇଥିଲା।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ସୋନା ମହାପାତ୍ର

ପ୍ରକାଶ ଥାଉକି ଏହା ପ୍ରଥମଥର ହୋଇନାହିଁ ତେବେ ସୋନା ଏପରି ବୟାନ ଦେଇଛନ୍ତି । ନିକଟରେ ସେ କଙ୍ଗନା ରଣାୱତଙ୍କ ଅମାନିଆ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କୁ ସମର୍ଥନ କରି ଚର୍ଚ୍ଚାରେ ଆସିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.