ମୁମ୍ବାଇ: ସୁଫି କୱାଲୀର ଲୋକପ୍ରିୟ ଗୀତ ‘ନିତ ଖୈର ମଙ୍ଗା’ ଗୀତଟିକୁ ଅନେକ ଗାୟକ ଏଯାବତ ଗାଇସାରିଛନ୍ତି । ଯାହା ସୁପରଡୁପର ହିଟ୍ ମଧ୍ୟ ହୋଇଛି । ହେଲେ ଉସ୍ତାଦ ନୁସରତ ଫତେହ ଅଲ୍ଲୀ ଖାନଙ୍କ ଏହି ଗୀତ ଦର୍ଶକଙ୍କ ଫେଭରେଟ ଗୀତ ମଧ୍ୟରେ ଅନ୍ୟତମ । ପ୍ରଥମଥର ଏମିତି ହୋଇଛି ଯେ ଏହାର ଫିମେଲ ଭର୍ସନ ସାମ୍ନାକୁ ଆସିଛି । ଯାହାକୁ ଗାଇଛନ୍ତି ଲୋକପ୍ରିୟ ଗାୟିକା ସୋନା ମହାପାତ୍ର । ସେ ଏହି ଗୀତଟିକୁ ଫଙ୍କ-ଫ୍ୟୁଜନ ଅନ୍ଦାଜରେ ଜାରି କରିଛନ୍ତି ।
- " class="align-text-top noRightClick twitterSection" data="">
ଏହି ଗୀତର ମେକିଂ ତାଙ୍କ ଡକ୍ୟୁମେଣ୍ଟ୍ରି ଫିଲ୍ମ ‘ସଟ ଅପ ସୋନା’ରେ ସାମିଲ କରାଯାଇଛି । ଏହି ଅବସରରେ ସେ କହିଛନ୍ତି ଯେ ସେ ପରିଶେଷରେ ‘ନିତ ଖୈର ମଙ୍ଗା’କୁ ନିଜ ରେକର୍ଡିଂ ଗୀତକୁ ଦୁନିଆ ସାମ୍ନାକୁ ଆଣିବାକୁ ନେଇ ଖୁବ୍ ଖୁସି ଅନୁଭବ କରୁଛନ୍ତି ।
ଜଣେ କଳାକାର ରୂପେ ଯାହା ସତ ତାହା ପାଇଁ ଷ୍ଟାଣ୍ଡ ନେବା ଉପରେ ସର୍ବଦା ବିଶ୍ବାସ କରନ୍ତି । ଯାହା ତାଙ୍କ ମନରେ ସକାରାତ୍ମକ ଭାବନା ଜାତ କରେ । ଦୁନିଆକୁ ବର୍ତ୍ତମାନ ଏହାର ଆବଶ୍ୟକ ଅଛି । ପୂର୍ବରୁ ଅଧିକ । ସେ ଆଶା କରୁଛନ୍ତି ଯେ ଏହାର ରିଲିଜ ଏକତା ଓ ପ୍ରେମ ବାର୍ତ୍ତାକୁ ଉପରୁ ନେବାରେ ସାହାଯ୍ୟ କରିବ । ଦେଖନ୍ତୁ ଗୀତ...