ମୁମ୍ବାଇ: ବଲିଉଡ ଷ୍ଟାର ଗାୟିକା କନିକା କାପୁରଙ୍କୁ ଗାୟିକା ସୋନା ମହାମାତ୍ରଙ୍କ ସମାଲୋଚନା । ବିଦେଶ ଯାତ୍ରା ସମ୍ବଳିତ ତଥ୍ୟ ଲୁଚାଇବା ପାଇଁ ସମାଲୋଚନା କରିଛନ୍ତି ସୋନା ।

ଗାୟିକା କନିକା କାପୁରଙ୍କ ଦାୟିତ୍ବବୋଧକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୋନା ମହାପାତ୍ର । କୋରୋନା ଭାଇରସ(COVID-19) ପଜିଟିଭ ଥିବା ସତ୍ତ୍ବେ ଭାରତରେ ଏକାଧିକ ସାଧାରଣ କାର୍ଯ୍ୟକ୍ରମରେ କନିକା ଯୋଗ ଦେଇଛନ୍ତି । ତେବେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କୋରୋନା ପଜିଟିଭ ଥିବା ସେୟାର କରିବା ପରେ, ଏନେଇ ସମସ୍ତ ତଥ୍ୟ ସାମ୍ନାକୁ ଆସିଥିଲା ।
-
& of course the netas & leaders who talk about ‘social distancing’ being the only way to combat the #coronavirus but themselves attending ‘parties’. Dushyant Singh,M.P & U.P health minister were with #KanikaKapoor ! Karnataka CM attended a wedding with another 2000 attending. 🙄 https://t.co/mqME2OBgV2
— SONA (@sonamohapatra) March 20, 2020 " class="align-text-top noRightClick twitterSection" data="
">& of course the netas & leaders who talk about ‘social distancing’ being the only way to combat the #coronavirus but themselves attending ‘parties’. Dushyant Singh,M.P & U.P health minister were with #KanikaKapoor ! Karnataka CM attended a wedding with another 2000 attending. 🙄 https://t.co/mqME2OBgV2
— SONA (@sonamohapatra) March 20, 2020& of course the netas & leaders who talk about ‘social distancing’ being the only way to combat the #coronavirus but themselves attending ‘parties’. Dushyant Singh,M.P & U.P health minister were with #KanikaKapoor ! Karnataka CM attended a wedding with another 2000 attending. 🙄 https://t.co/mqME2OBgV2
— SONA (@sonamohapatra) March 20, 2020
ଚଳିତ ମାସ 2ୟ ସପ୍ତାହରେ ୟୁକେରୁ ଭାରତ ଫେରିଛନ୍ତି କନିକା କାପୁର । ପରେ ଉତ୍ତରପ୍ରଦେଶର କାନପୁରର ସ୍ଥିତ କଳ୍ପନା ଟାୱର ଆପାର୍ଟମେଣ୍ଟରେ ମାର୍ଚ୍ଚ13-14 2ଦିନ ରହିଛନ୍ତି । ଏହାପରେ ସେ ଲକ୍ଷ୍ନୌରେ 3ଟି ହାଇପ୍ରୋଭାଇଲ ପାର୍ଟିରେ ଯୋଗ ଦେଇଛନ୍ତି । ପ୍ରଥମ ପାର୍ଟି କାନପୁର ସମେତ ଅନ୍ୟ 2ଟି ସହରର ଅନ୍ୟ ସ୍ଥାନରେ ହୋଇଥିବା ଜଣାପଡିଛି ।
ଏହି ପାର୍ଟିରେ ଅନେକ ଭିଭିଆଇପି ଓ ଭିଆଇପି ଉପସ୍ଥିତ ରହିଥିଲେ ବୋଲି କୁହାଯାଉଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ତାଙ୍କ ପୁଅ ତଥା ବିଜେପି ସାଂସଦ ଦୁଷ୍ୟନ୍ତ ସିଂ ନିଜକୁ କ୍ବାରୋଣ୍ଟାଇନରେ ରଖିଛନ୍ତି । ଉଭୟ କନିକା ଯୋଗଦେଇଥିବା ପାର୍ଟିରେ ଉପସ୍ଥିତ ରହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ