ମୁମ୍ବାଇ: ଗୋଟିଏ ୱିଙ୍କ ସିନରୁ ରାତାରାତି ସୋସିଆଲ ମିଡିଆ ସେନ୍ସସନ ସାଜିଥିବା ସାଉଥ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟରଙ୍କ ଫ୍ୟାନ୍ସ ପାଇଁ ନୈରାଶ୍ୟଜନକ ଖବର। କାରଣ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଆକ୍ଟିଭେଟ କରିଦେଇଛନ୍ତି। ସେ ନିକଟରେ ସୋସିଆଲ ମିଡିଆ ଟ୍ରୋଲିଂ ଓ ନେଗେଟିଭିଟିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ।
ଏଯାବତ ସେ ଇନଷ୍ଟାଗ୍ରାମ ଡିଏକ୍ଟିଭେଟ କରିବାର କୌଣସି ସଠିକ୍ କାରଣ ଜଣାଇନାହାଁନ୍ତି। ସେପଟେ ଲକଡାଉନ ସମୟରେ ଅନ୍ୟ କଳାକାର ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ନଜର ଆସୁଥିବା ବେଳେ ପ୍ରିୟାଙ୍କୁ କିନ୍ତୁ ଦେଖିବାକୁ ମିଳୁନାହିଁ।
ପ୍ରକାଶ ଥାଉକି ଇନଷ୍ଟାଗ୍ରାମରେ ପ୍ରିୟାଙ୍କ 7 ମିଲିୟନରୁ ଅଧିକ ଅଛନ୍ତି ଫଲୋଅର୍ସ ଅଛନ୍ତି। ସେ ଶେଷଥର ଏକ ମଲାୟଲମ ଡାଇଲଗ ଭିଡିଓ ସେୟାର କରିଥିଲେ ।