ETV Bharat / sitara

ବିନା ମେକ-ଅପରେ ସିଂଘମଙ୍କ ଅଭିନେତ୍ରୀ, ଦେଖନ୍ତୁ ଫଟୋ

ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରି ଚର୍ଚ୍ଚାରେ ଆସିଛନ୍ତି ଅଭିନେତ୍ରୀ କାଜଲ ଅଗ୍ରୱାଲ । ବିନା ମେକଅପରେ ନଜର ଆସିଲେ କାଜଲ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କାଜଲ ଅଗ୍ରୱାଲ
author img

By

Published : Jun 3, 2019, 7:52 PM IST

ମୁମ୍ବାଇ: ସାଉଥ ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ ସବୁବେଳେ ନିଜ ଜବରଦସ୍ତ ଅଭିନୟ ପାଇଁ ଜଣା ଯାଇଥାଆନ୍ତି । ସେ ଅଭିନୟ ସହ ସୋସିଆଲ ମିଡିଆରେ ମଧ୍ୟ ସବୁବେଳେ ସକ୍ରିୟ ରହିଥାଆନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜ ପକ୍ଷ ରଖୁଥିବାର ମଧ୍ୟ ଦେଖାଯାଆନ୍ତି । ଇତିମଧ୍ୟରେ କାଜଲ ସୋସିଆଲ ମିଡିଆରେ ସେୟାର କରିଥିବାର ନିଜର ଏକ ଫଟୋକୁ ନେଇ ଚର୍ଚ୍ଚାରେ ଆସିଛନ୍ତି ।

ବିନା ମେକଅପର ଫଟୋ ସେୟାର କରି ଫିଜିକାଲ ଆଟ୍ରାକ୍ସନ ଏବଂ ମେକଅପର ମିଥ୍ୟା ଦୁନିଆ ବିଷୟରେ ନିଜ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ସେ ।

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ଆଜିକାଲି ଲୋକେ ନିଜକୁ ଖୋଜିପାରିବେ ନାହିଁ । ଆମେ ଏପରି ଦୁନିଆରେ ରହୁଛେ, ଯେଉଁଠାରେ ଫିଜିକାଲ ଆଟ୍ରାକ୍ସନ ଏବଂ ସୋସିଆଲ ମିଡିଆ ଆମ ଆତ୍ମସମ୍ମାନକୁ ଖାଇସାରିଲାଣି । କୋଟି କୋଟି ଟଙ୍କା ଆମେ କସ୍ମେଟିକ୍ସ ଉପରେ ଖର୍ଚ୍ଚ କରୁଛେ । ଯିଏ ଆମ ଶରୀରକୁ ରକ୍ଷା କରିବାର ପ୍ରତିଜ୍ଞା କରୁଛି । ଅହଂକାର ସବୁ ସ୍ଥାନରେ ରହିଥାଏ । ମେକଅପ ଆମ ବାହାର ବ୍ୟକ୍ତିତ୍ବକୁ ତ ସୁନ୍ଦର କରିପାରିବ କିନ୍ତୁ କଣ ଆମ ଚରିତ୍ର ବିଷୟରେ କିଛି କରିପାରିବ ? ତେଣୁ ବାସ୍ତବ ସୁନ୍ଦରତା ଏଥିରେ ଅଛି କି ଆମେ ନିଜକୁ ସ୍ବୀକାର କରିବା କି ଆମେ ନିଜକୁ କେତେ ପ୍ରେମ କରୁଛେ ।"

କାଜଲଙ୍କ ଏହି ପୋଷ୍ଟରୁ ଜଣାପଡୁଛି ଯେ ସେ ମେକଅପର ମିଥ୍ୟା ଆକର୍ଷଣ ଏବଂ ସୋସିଆଲ ମିଡିଆର ଚକମକରେ ନିଜକୁ ହଜାଇ ଦେବା କଥା କହିଛନ୍ତି । ଅନ୍ୟପଟେ ତାଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କର ସମର୍ଥନ କରି ମଜାଦାର କମେଣ୍ଟ ସୋସିଆଲ ମିଡିଆରେ ଭରି ଦେଇଛନ୍ତି ।

ପ୍ରକାଶ ଥାଉକି କାଜଲ ବଲିଉଡରେ ସିଂଘମ ଅଜୟ ଦେବଗନ ଓ ଖିଲାଡୀ ଅକ୍ଷୟ କୁମାରଙ୍କ ସହ କାମ କରିସାରିଛନ୍ତି ।

---

ଭୁବନେଶ୍ୱର:ଦେବ ଦେବ ମହାଦେବ ପ୍ରଭୁ ଲିଙ୍ଗରାଜ ମହାଦେବଙ୍କ ଆସନ୍ତାକାଲି ରୁକୁଣା ରଥଯାତ୍ରା।ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ଆସନ୍ତାକାଲି ଆରମ୍ଭ ହେବାକୁ  ଥିବା ଏହି ଯାତ୍ରାପାଇ ପାଇଁ ସମସ୍ତ ସେବାୟତ ମାନେ ଜୋରସୋରରେ ଲାଗି ପଡିଛନ୍ତି।କୁମ୍ଭକାର, ମହାରଣା ଠାରୁ ଆରମ୍ଭ କରି ତୁଳି  ସେବକମାନେ ସମସ୍ତେ ନିଜ କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦନ ପାଇଁ ଲାଗିପଡିଛନ୍ତି।ରଥର ଚାରି ଦୁଆର,ଯୋକା ଲାଗିବା ସହିତ କପଡା ଲାଗିବା।ରଥର ବେଢାରେ ଲାଗିବାକୁ ଥିବା ସମସ୍ତ ପାର୍ଶ୍ଵଦେବାଦେବୀଙ୍କ ମୂର୍ତୀ ନିର୍ମାଣ ଓ ରଙ୍ଗ କାର୍ଯ୍ୟ ମଧ୍ୟ ଶେଷ ପାର୍ଯ୍ୟୟରେ ପହଁଚିଛି।
ଆଜି ରାତ୍ରି ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେଲାପରେ ପୁର୍ତ୍ତ ବିଭାଗର ଯନ୍ତ୍ରୀମାନେ ଯାଞ୍ଚ ଶେଷ କରି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବେ। ସମସ୍ତ କାର୍ଯ୍ୟ ସାରିଲାପରେ ଆଜି ରଥ ପ୍ରତିଷ୍ଠା ଅନୁଷ୍ଠିତ ହେବ ଏବଂ ନେତ ଉତ୍ସଵ ହୋଇ ରଥରେ ନେତ ବା ପତାକା ଲଗାଯିବ।ଆସନ୍ତାକାଲି ମହାପ୍ରଭୁ ଙ୍କ ପହଣ୍ଡି ପରେ ରଥଯାତ୍ରା ଅନୁଷ୍ଠିତ ହେବ।ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି।
Laxmikanta Das
Bhubaneswar
Visual already sent by mojo on 10april 2019
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.