ETV Bharat / sitara

ଆଲିବାଗ ଉପରେ ଆଦିତ୍ୟଙ୍କ ବିବାଦୀୟ ମନ୍ତବ୍ୟ, ହାତ ଯୋଡି ମାଗିଲେ କ୍ଷମା

author img

By

Published : May 25, 2021, 12:06 PM IST

ଫେସବୁକରେ ଏକ ପୋଷ୍ଟ କରି ଆଲିବାଗ ଉପରେ ଦେଇଥିବା ଏକ ବିବାଦୀୟ ଟିପ୍ପଣୀ ଉପରେ କ୍ଷମା ମାଗିଲେ ଆଦିତ୍ୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: କିଛି ଦିନରୁ ସମସ୍ୟା ଘେରରେ ରହିଆସୁଛନ୍ତି ଗାୟକ-ଅଭିନେତା ଆଦିତ୍ୟ ନାରାୟଣ । 'ଇଣ୍ଡିଆନ୍ ଆଇଡଲ୍ 12' ର ହୋଷ୍ଟ ଆଦିତ୍ୟଙ୍କ ଉପରେ ରାଗିଲେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) । ନିକଟରେ ଆଲିବାଗ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ହଟହଟା ହେଉଛନ୍ତି ଆଦିତ୍ୟ । ଏବେ ମାଗିଲେ କ୍ଷମା । ଯାହା ପାଇଁ ତାଙ୍କୁ ଏମଏନଏସ ତରଫରୁ ମିଳିଥିଲା ଚେତାବନୀ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଏମଏନଏସ ନେତା ଅମିୟା ଖୋପକର ଚେତାବନୀ ଦେଇ କହିଥିଲେ ଯେ ଯଦି ଆଦିତ୍ୟ କ୍ଷମା ପ୍ରାର୍ଥନା ନକରିବେ ତେବେ ପରିଣାମ ଭୟଙ୍କର ହେବ । ଏମଏନଏସର ଚେତାବନୀ ପରେ ଆଦିତ୍ୟ ଫେସବୁକରେ ପୋଷ୍ଟ କରି ଆଲିବାଗବାସୀଙ୍କୁ କ୍ଷମା ମାଗିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସେହିପରି ସେ ପୋଷ୍ଟରେ କହିଛନ୍ତି, ‘ଏକ ନମ୍ର ହୃଦୟ ସହ ହାତ ଯୋଡି ମୁଁ ଆଲିବାଗ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ କ୍ଷମା ମାଗିବାକୁ ଚାହେଁ । ମୁଁ ବର୍ତ୍ତମାନ ହୋଷ୍ଟ କରୁଥିବା ଇଣ୍ଡିଆନ ଆଇଡଲର ଏକ ଏପିସୋଡରେ ମୋ ମନ୍ତବ୍ୟ ଦ୍ବାରା ଆଘାତ ପାଇଥିବା ସମସ୍ତଙ୍କୁ କ୍ଷମା ମାଗିବାକୁ ଚାହେଁ । ଉଦ୍ଦେଶ୍ୟ କଦାପି କାହାକୁ ଆଘାତ କରିବାର ନୁହେଁ । ଆଲିବାଗ ପ୍ରତି ମୋର ଅପାର ପ୍ରେମ ଏବଂ ସମ୍ମାନ ଅଛି । ମୋର ନିଜର ଭାବନା ସ୍ଥାନ ସହିତ ସଂଯୁକ୍ତ, ଏହି ଲୋକ ଏବଂ ଏହି ମାଟି ପ୍ରତି ମୋର ଭଲ ପାଇବା ସବୁବେଳେ ହୃଦୟରେ ରହିବ ।’

ପ୍ରକାଶ ଥାଉକି ନିକଟରେ ପ୍ରସାରିତ ହୋଇଥିବା ‘ଇଣ୍ଡିଆନ ଆଇଡଲ 12’ରେ ଆଦିତ୍ୟ ଜଣେ ପ୍ରତିଯୋଗୀଙ୍କ ଗୀତ ପରେ ତାଙ୍କୁ କହିଥିଲେ, ‘ରାଗ ଗୁଡିକକୁ ସଠିକ୍ ଭାବରେ ଅଧ୍ୟୟନ କର । କାରଣ ଆମେ ଆଲିବାଗରୁ ଏଠାକୁ ଆସିନୁ ।’ ତାଙ୍କ ଏପରି ବୟାନ ସୃଷ୍ଟି କରିଥିଲା ବିବାଦ । ଫେମସ ଚ୍ୟାନେଲରେ ଏକ କାର୍ଯ୍ୟକ୍ରମରେ ତାଙ୍କ ଏପରି ବୟାନ ଦେବାର ସମ୍ପୂର୍ଣ୍ଣ ନିନ୍ଦା କରିଥିଲେ ଏମଏନଏସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.