ETV Bharat / sitara

ସ୍ତବ୍ଧ କରି ଚାଲିଗଲେ ବିଗବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳା - ସିଦ୍ଧାର୍ଥ ଶୁକ୍ଳା

ସ୍ତବ୍ଧ କରି ଚାଲିଗଲେ ବିଗବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳା

author img

By

Published : Sep 2, 2021, 11:43 AM IST

Updated : Sep 2, 2021, 4:40 PM IST

11:39 September 02

ଚାଲିଗଲେ ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳା

ସ୍ତବ୍ଧ କରି ଚାଲିଗଲେ ବିଗବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳା

ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳା  । ମାତ୍ର ୪୦ ବର୍ଷ ବୟସରେ ଆଖିବୁଜିଛନ୍ତି ସିଦ୍ଧାର୍ଥ  । ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି  । ଲୋକପ୍ରିୟ ରିଆଲିଟି ସୋ 'ବିଗ୍ ବସ୍-୧୩'ର ବିଜେତା ହୋଇଥିଲେ ସିଦ୍ଧାର୍ଥ  । ତେବେ ସିଦ୍ଧାର୍ଥଙ୍କ ଆକସ୍ମିକ ଦେହାନ୍ତ ସାରା କଳାକାର ଜଗତ ସମେତ ତାଙ୍କ ଫ୍ୟାନ୍ସଙ୍କୁ ବଡ ଝଟକା ଦେଇଛି  ।  

ସୂଚନା ଅନୁଯାୟୀ ଗତକାଲି(ବୁଧବାର) ରାତିରେ ସିଦ୍ଧାର୍ଥ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ । ମାତ୍ର ଆଜି(ଗୁରୁବାର) ସକାଳେ ଆଉ ଉଠିନଥିଲେ । ଏହାପରେ ପରିବାର ଲୋକେ ପ୍ରାୟ ସାଢ଼େ ୯ଟା ରେ ମୁମ୍ବାଇର କୁପର ହସ୍ପିଟାଲକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ସିଦ୍ଧାର୍ଥଙ୍କୁ ମୃତ ଘୋଷଣା କରିବା ସହ ତାଙ୍କୁ ହୃଦ୍‌ଘାତ ହୋଇଥିବା ନେଇ ସୂଚନା ଦେଇଛନ୍ତି ।

ଟେଲିଭିଜନର ଜଣେ ଚର୍ଚ୍ଚିତ ଚେହେରା ଥିଲେ ସିଦ୍ଧାର୍ଥ । 'ବିଗ୍‌ ବସ୍‌' ସିଜିନ୍‌ ୧୩ର ହେବା ସହ ଅନେକ ଲୋକପ୍ରିୟ ରିଆଲିଟି ସୋ ଏବଂ ସିରିଏଲରେ କାମ କରିଥିଲେ । ବିଶେଷ କରି ବିଗ୍‌ ବସ୍‌ ଜିତିବା ପରେ ସିଦ୍ଧାର୍ଥଙ୍କ ଭାଗ୍ୟ ବଦଳି ଯାଇଥିଲା ଏବଂ ଏକ ଫେମସ୍ ବଲିଉଡ୍ ଷ୍ଟାରଙ୍କ ପରି ଲୋକପ୍ରିୟତା ଥିଲା ତାଙ୍କର । ସିଦ୍ଧାର୍ଥଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ମଧ୍ୟ କିଛି ପାଇନଥିଲେ । ଏତେ କମ୍‌ ବୟସରେ ହଠାତ୍‌ ଏମିତି ଚାଲିଯିବା ତାଙ୍କ  ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ସିଦ୍ଧାର୍ଥ ଜଣେ ମଡେଲ ଭାବରେ ଶୋବିଜ୍ ରେ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଟେଲିଭିଜନ୍ ଶୋ ‘ବାବୁଲ୍ କା ଆଙ୍ଗନ୍ ଛୁଟେ ନା’ ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ  । ପରେ ସେ ‘ଜାନେ ପେହେଚାନେ ସେ ... ୟେ ଅଜନାବୀ’, ‘ଲଭ୍ ୟୁ ଜିନ୍ଦେଗୀ’ ଭଳି ଶୋ'ରେ ଦେଖାଦେଇଥିଲେ  । କିନ୍ତୁ "ବାଲିକା ବଧୂ"ରେ ଅଭିନୟ ପରେ ଘରେଘରେ ପରିଚିତ ହୋଇଥିଲେ ସିଦ୍ଧାର୍ଥ  । ସେ ‘ଝଲକ ଦିଖଲା ଜା 6’, ଖତରୋଁ କା ଖିଲାଡି-7, ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟ ଏବଂ ବିଗ୍ ବସ୍ 13 ସମେତ ଅନେକ ରିଆଲିଟି ସୋ ସହ ମ୍ୟୁଜିକ ଭିଡିଓରେ ବି କାମ କରି ୟୁଥ ସେନସେସନର ଟ୍ୟାଗ ହାତେଇଥିଲେ  । 2014 ରେ, ସେ କରନ ଜୋହରଙ୍କ ଫିଲ୍ମ ହମ୍ପଟି ଶର୍ମା କି ଦୁଲହନିଆଁ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ  ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 2, 2021, 4:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.