ETV Bharat / sitara

Happy Birthday Samisha: କ୍ୟୁଟ ଭିଡିଓ ସେୟାର କଲେ ମାଆ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ (Shilpa Shetty)ଙ୍କ ଝିଅ ସମିଶା ଶେଟ୍ଟୀ (Samisha Shetty)ଙ୍କ ଆଜି ଜନ୍ମଦିନ । ସମିଶାଙ୍କ ଜନ୍ମଦିନରେ ଶିଳ୍ପା ଶେଟ୍ଟୀ ଏକ ସୁନ୍ଦର ଭିଡିଓ ସହିତ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

କ୍ୟୁଟ ଭିଡିଓ ସେୟାର କରି ଝିଅକୁ ଓ୍ବିଶ୍‌ କଲେ ମାଆ ଶିଳ୍ପା

author img

By

Published : Feb 15, 2022, 8:36 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ (Shilpa Shetty)ଙ୍କ ଝିଅ ସମିଶା ଶେଟ୍ଟୀ (Samisha Shetty)ଙ୍କ ଆଜି ଜନ୍ମଦିନ । 2 ବର୍ଷ ପୂର୍ବେ ଶିଳ୍ପା ଶେଟ୍ଟୀ ତାଙ୍କ ଝିଅକୁ ସରୋଗେସି ମାଧ୍ୟମରେ ସ୍ବାଗତ କରିଥିଲେ । ଆଜି ସମିଶାଙ୍କ ଜନ୍ମଦିନ, ତେଣୁ ଶିଳ୍ପା ଶେଟ୍ଟୀ ତାଙ୍କ ଝିଅର ଏକ ସୁନ୍ଦର ଭିଡିଓ ସହିତ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ କ୍ଲିପ୍ ସେୟାର କରିଛନ୍ତି ଯେଉଁଥିରେ ସମିଶା ରାଜ କୁନ୍ଦ୍ରାଙ୍କ ସହ ଖେଳୁଥିବାର ନଜର ଆସିଛି । ଭିଡିଓରେ ଶିଳ୍ପା ପଚାରିଛନ୍ତି, 'କାହାର ମାମା?' ଏହା ଶୁଣି ରାଜ କୁନ୍ଦ୍ରା କହିଛନ୍ତି- 'ମୋର।'

ବାପାଙ୍କ କଥା ଶୁଣିବା ପରେ ସମିଶା କହିଛନ୍ତି ଯେ ଶିଳ୍ପା ତାଙ୍କ ମାଆ। ରାଜ ଶିଳ୍ପାଙ୍କ ଉପରେ ହାତ ରଖି ସମିଶାଙ୍କୁ ଥଟ୍ଟା କରନ୍ତି ଏବଂ ତାଙ୍କୁ ମାମା ମୋର ବୋଲି କୁହନ୍ତି । ଯେଉଁଥିରେ ସମିଶା ପୁଣିଥରେ କୁହନ୍ତି ମାମା ମୋର । ଏହା ପରେ, ରାଜ ଶିଳ୍ପାଙ୍କ କୋଳରେ ମୁଣ୍ଡ ରଖିଲେ, ସମିଶା ମଧ୍ୟ ସେହିପରି କରିଥିଲେ । ଉଭୟଙ୍କ ସୁନ୍ଦର ଲଢେଇ ଭିଡିଓରେ ଦେଖିବାକୁ ମିଳିଛି ।

ଏହି ଭିଡିଓ ସେୟାର କରି ଶିଳ୍ପା ଲେଖିଛନ୍ତି, MINE! ତୁମେ ଆମ ଜୀବନରେ ଆସି ଆମକୁ ବହୁତ ଖୁସି ଦେଇଛ। ଆମ ହୃଦୟକୁ ପ୍ରେମ ଏବଂ ସୁଖରେ ପୂର୍ଣ୍ଣ କରିଥିବାରୁ ଧନ୍ୟବାଦ, ମୋର ପ୍ୟାରି ସମିଶା, ମୁଁ ତୁମକୁ ସେବେଠାରୁ ଭଲସ ପାଉଛି, ଯେବେ ତୁମେ ତୁମର ପ୍ରଥମ ନିଶ୍ବାସ ବି ନେଇ ନଥିଲ। ମୁଁ କଥା ଦେଉଛି ମୋର ଶେଷ ଜନ୍ମଦିନ ପର୍ଯ୍ୟନ୍ତ ମୁଁ ତୁମକୁ ସୁରକ୍ଷା ଦେଇଥିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.