ETV Bharat / sitara

ଠକେଇ ଅଭିଯୋଗରେ ଫସିଲେ ଶିଳ୍ପା

author img

By

Published : Jul 8, 2020, 1:53 PM IST

ବଢିଲା ଶିଳ୍ପା ସେଟ୍ଟୀଙ୍କ ସମସ୍ୟା । ବ୍ରାଣ୍ଡ ଆମ୍ବାସଡର ହେବା ସାଜିଲା କାଳ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଫିଟ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପୁଣିଥରେ ସମସ୍ୟା ଘେରରେ । ତାଙ୍କ ନାମରେ ଲକ୍ଷ୍ନୌର ହଜରତଗଞ୍ଜର ପୋଲିସ ଷ୍ଟେସନରେ କୋଟି କୋଟି ଟଙ୍କା ଠକେଇ କରିଥିବା ଏକ ମାମଲା ରୁଜୁ ହୋଇଛି । ମୁମ୍ବାଇ ସ୍ଥିତ ଆୟୋସିସ ସ୍ପା ଆଣ୍ଡ ଭେଲନେସ କମ୍ପାନୀର ଏମଡି କିରନ ବାବା ଓ ଡାଇରେକ୍ଟର ବିନୟ ଭସୀନଙ୍କ ସମେତ ଆଉ 6 ଜଣଙ୍କ ନାମରେ ଠକେଇ ଅଭିଯୋଗ ମାମଲା ରୁଜୁ ହୋଇଛି । ଦୁଇଜଣଙ୍କ ଉପରେ ଅଭିଯୋଗ ଲାଗିଛି ଯେ ଶିଳ୍ପାଙ୍କୁ ସେମାନଙ୍କ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର କରି ଆକର୍ଷଣୀୟ ରୋଜଗାରର ଅଫର ଦେଇ ଟଙ୍କା ବିନିଯୋଗର ।

ଏହି ମାମଲାରେ ବ୍ୟବସାସୀ ରୋହିତବୀର ସିଂ କହିଛନ୍ତି ଯେ କିରନ, ଶିଳ୍ପାଙ୍କୁ ନିଜ ବ୍ରାଣ୍ଡ ଆମ୍ବାସଡର ଭାବରେ ବର୍ଣ୍ଣନା କରୁଥିବାବେଳେ ଆକର୍ଷଣୀୟ ଅଫର ଦେଇ ଏକ ଫ୍ରାଞ୍ଚାଇଜ ଦେଇଥିଲେ । କିରନଙ୍କ କଥାରେ ବିଶ୍ବାସ କରି ସେ କମ୍ପାନୀରେ ଲକ୍ଷ ଲକ୍ଷ ଟଙ୍କା ନିବେଶ କରିଥିଲେ । କ୍ଷତି ହେବାରୁ କମ୍ପାନୀର ଅଧିକାରୀ ସେଣ୍ଟର ବନ୍ଦ କରିବାର ଧମକ ଦେଇଥିଲେ ।

ଅନ୍ୟପଟେ ହଜରତଗଞ୍ଜର ଏସିପି ଅକ୍ଷୟ କୁମାର ମିଶ୍ର କହିଛନ୍ତି ଯେ ଆୟୋସିସ ସ୍ପା କମ୍ପାନୀର ଏମଡି ଓ ଡାଇରେକ୍ଟର ସମେତ ଅନ୍ୟ ଲୋକଙ୍କ ବିରୋଧରେ କେସ ରୁଜୁ ହୋଇଛି । ବର୍ତ୍ତମାନ ଏହି ମାମଲାର ଯାଞ୍ଚ ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.