ETV Bharat / sitara

ଫିଟ୍ ଇଣ୍ଡିଆରେ ଶିଳ୍ପା, ଦେଶକୁ ରଖିବେ ସୁସ୍ଥ - ସରକାରୀ ଅଧିକାରୀ

ଏଥର କୌଣସି ଆପ ନୁହେଁ ଫିଟ୍ ଇଣ୍ଡିଆର ସଦସ୍ୟ ରୂପେ ଦେଶକୁ ଫିଟ୍ ରଖିବେ ଶିଳ୍ପା ସେଟ୍ଟୀ । ସରକାରଙ୍କ ଦ୍ବାରା ଆରମ୍ଭ ହେବାକୁ ଯାଉଥିବା ଫିଟ୍ ଇଣ୍ଡିଆରେ ସାମିଲ ହେଲେ ଶିଳ୍ପା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିଳ୍ପା ସେଟ୍ଟୀ
author img

By

Published : Aug 23, 2019, 9:38 PM IST

ମୁମ୍ବାଇ: ସେକ୍ସୀ ଶିଳ୍ପା ସେଟ୍ଟୀ ଫିଲ୍ମ ଠାରୁ ଅଧିକା ନିଜ ଫିଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ଆସନ୍ତି । ସେ ଯୋଗ ଭିଡିଓ ସହ ନିଜର ଫିଟନେସ ଭିଡିଓ ଆପ ଲଞ୍ଚ କରିସାରିଛନ୍ତି । କିନ୍ତୁ ଏଥର ଶିଳ୍ପା ପୁରା ଦେଶର ସ୍ବାସ୍ଥ୍ୟ ବିଷୟରେ ଧ୍ୟାନ ରଖିବେ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଶିଳ୍ପା ସେଟ୍ଟୀ

ଆଜ୍ଞା ହଁ, ସେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ପାଇଁ ତିଆରି ହୋଇଥିବା କମିଟିର ସଦସ୍ୟ ହୋଇଛନ୍ତି । ଯାହାର ସୂଚନା ଫ୍ୟାନ୍ସଙ୍କୁ ସେ ସୋସିଆଲ ମିଡିଆରେ ଦେଇଛନ୍ତି ।

ଶୁକ୍ରବାର ଶିଳ୍ପା ଟ୍ବିଟ କରି ଏହି କଥା ସୂଚନା ଦେଇ ଲେଖିଛନ୍ତି, ‘ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଫିଟ୍ ଇଣ୍ଡିଆ ଅଭିଯାନର ପରାର୍ମଶଦାତା ସମିତିରେ ମତେ ସଦସ୍ୟ କରାଯିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଆଶା କରୁଛି ଯେ ସବୁ ଭାରତୀୟଙ୍କୁ ଫିଟ୍ ରଖିବାର ସହଜ ଉପାୟ ଖୋଜିବାରେ ମୁଁ ସାହାଯ୍ୟ କରିପାରିବା ସହ ଏହି ଅଭିଯାନକୁ ଆହୁରି ସଫଳ କରିପାରିବି’ । ଏହି ଟ୍ବିଟକୁ ଶିଳ୍ପା ପିଏମଓ ଇଣ୍ଡିଆ ଏବଂ ଖେଳ ମନ୍ତ୍ରୀ କିରଣ ରିଜିଜୁଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି ।

ପ୍ରକାଶ ଥାଉକି ପିଏମ ମୋଦିଙ୍କ ଏହି ଫିଟ୍ ଇଣ୍ଡିଆ ଅଭିଯାନରେ ଇଣ୍ଡିଆ ଅଲମ୍ପିକ ଆସୋସିଏସନ, ନ୍ୟାସନାଲ ସ୍ପୋର୍ଟସ ଫେଡରେଶନ, ସରକାରୀ ଅଧିକାରୀ ଏବଂ ଫିଟନେସ ପ୍ରତି ଧ୍ୟାନ ଦେଇଥିବା ଲୋକଙ୍କୁ ସାମିଲ କରାଯାଇଛି । ସରକାରଙ୍କ ଏହି ଅଭିଯାନ ଅଗଷ୍ଟ 29ରେ ଲଞ୍ଚ ହେବାକୁ ଯାଉଛି ।

ଯଦି ଶିଳ୍ପାଙ୍କ କଥା ହେବା ତେବେ ସେ ପାଖାପାଖି 13 ବର୍ଷ ପରେ ବଲିଉଡରେ କମବ୍ୟାକ କରିବାକୁ ଯାଉଛନ୍ତି । ସେ ଫିଲ୍ମ ‘ନିକମ୍ମା’ରେ ନଜର ଆସିବେ । ସେ ନିକଟରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.