ହାଇଦ୍ରାବାଦ: ଫାଦର୍ସ ଡେ'ରେ ଏସିଡ ପିଡୀତାଙ୍କୁ ଶାହାରୁଖ ଭେଟି ଦେଇଛନ୍ତି ନୂଆ ଉପହାର । ପିଡୀତାଙ୍କ ସହାୟତା ପାଇଁ ବଲିଉଡ କିଙ୍ଗଖାନ ଲଞ୍ଚ କରିଛନ୍ତି ନୂଆ ୱେବସାଇଟ । ଶାରୀରିକ ମାନସିକ ଭାବେ ଆଘାତ ପାଇଥିବା ପିଡୀତାମାନଙ୍କ ପାଇଁ ସହାୟତା କରିବ ଏହି ୱେବସାଇଟ ।
ଶାହାରୁଖ ନିଜ ଟ୍ବିଟର ହାଣ୍ଡେଲରେ ଏହି ଘୋଷଣା କରିଛନ୍ତି । ଏହାସହ ଶାହାରୁଖ ନିଜ ବାପାଙ୍କ ନାଁରେ ଏକ ଫାଉଣ୍ଡେସନ ଆରମ୍ଭ କରିଛନ୍ତି । ପିତାଙ୍କ ନାମ ଅନୁସାରେ ଫାଉଣ୍ଡେସନର ନାମକୁ ‘ମିର ଫାଉଣ୍ଡେସନ’ ରଖାଯାଇଛି ।
ଏହି ଫାଉଣ୍ଡେସନ ଜରିଆରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରିବ ଓ ଦେଶର ବିଭିନ୍ନ ଅଞ୍ଚଳର ପିଡିତ ମହିଳାଙ୍କୁ ସହାୟତା କରିବ । ଫାଉଣ୍ଡେସନ ଜରିଆରେ ମହିଳା ମାନଙ୍କୁ ଏକ ଭଲ ଜୀବନଯାପନା ଦେବା ସହ ସେମାନଙ୍କ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି କହିଛନ୍ତି ଶାହାରୁଖ ଖାନ ।