ହାଇଦ୍ରାବାଦ: ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପବ୍ଲିକ କରିଥିଲେ । ଯାହା ପରେ ଫ୍ୟାନ୍ସଙ୍କୁ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।
- " class="align-text-top noRightClick twitterSection" data="
">
ଏବେ ଶନାୟାଙ୍କ ଏକ ବେଲି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଶନାୟା ଶକିରାଙ୍କ 'ହିପ୍ସ ଡୋଣ୍ଟ ଲାୟେ' ଗୀତରେ ଜବରଦସ୍ତ ବେଲି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି।
ଭିଡିଓର କ୍ୟାପସନରେ ଶନାୟା ଲେଖିଛନ୍ତି, 'ତଥାପି... ମୁଁ 60 ସେକେଣ୍ଡ ପର୍ଯ୍ୟନ୍ତ ନିଶ୍ବାସ ନେଇ ନାହିଁ । ସଞ୍ଜନାଙ୍କ ସହ ଏକ ଡ୍ୟାନ୍ସ କରିବା ସର୍ବଦା ମୋ ପାଇଁ ବେଷ୍ଟ ସମୟ ।
ପ୍ରକାଶ ଥାଉ ଯେ, ଶନାୟାଙ୍କ ବେଲି ଡ୍ୟାନ୍ସ ଭିଡିଓକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ ପୋଷ୍ଟ ହେବାର କିଛି ଘଣ୍ଟା ମଧ୍ୟରେ ଏକ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି ।