ହାଇଦ୍ରାବାଦ: ବିଗ୍ ବସ୍ 15 ପରଠାରୁ ଅଭିନେତ୍ରୀ ଶମିତା ଶେଟ୍ଟୀ ଏବଂ ରାକେଶ ବାପତ୍ ସେମାନଙ୍କ ସମ୍ପର୍କ ପାଇଁ ଚର୍ଚ୍ଚାରେ ଅଛନ୍ତି । ବିଗ୍ ବସ୍ ଘରୁ ବାହାରକୁ ଆସିବା ପରେ ମଧ୍ୟ ରାକେଶ ଶମିତାଙ୍କ ସହ ନଜର ଆସିଛନ୍ତି। ନିକଟରେ ସେ ଶମିତା ଶେଟ୍ଟୀଙ୍କ ଜନ୍ମଦିନ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ, ଯେଉଁଠାରେ ଶମିତାଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ |।ଦେଇଛନ୍ତି ଏବଂ ଖୁବ୍ ଶୀଘ୍ର ଉଭୟ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବର୍ତ୍ତମାନ ଶମିତା ଶେଟ୍ଟୀ ଏହି ସବୁ କଳ୍ପନା ଜଳ୍ପନାକୁ ନେଇ ଖୋଲାଖୋଲି ଭାବେ କହିଛନ୍ତି।
- " class="align-text-top noRightClick twitterSection" data="
">
ନିକଟରେ ଆରଜେ ସିଦ୍ଧାର୍ଥ କନ୍ନନ ଶମିତା ଶେଟ୍ଟୀଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ପଚାରିଥିଲେ, କଣ ରାକେଶ ତାଙ୍କୁ ବିବାହ କରିସାରିଛନ୍ତି ? ଏହି ପ୍ରଶ୍ନ ଶୁଣିବା ପରେ ଶମିତା ଉତ୍ତର ଦେଇନଥିଲେ! ସେ ପାଗଳ ? ଏହି ମଞ୍ଚରେ କେହି ବି ମୋତେ ଏହିପରି କହିଲେ, ମୁଁ ପଳାଇଯିବି ଏବଂ ଯଦି ମୁଁ ତାଙ୍କୁ କହିବି ତେବେ ସେ ପଳାଇଯିବେ ।
- " class="align-text-top noRightClick twitterSection" data="
">
ଆହୁରି ମଧ୍ୟ ଶମିତା କହିଛନ୍ତି, 'ହଁ, ମୋର ବହୁତ ପ୍ରଶଂସକ ଅଛନ୍ତି, ଯେଉଁମାନେ ଆମ ଦୁହିଁଙ୍କୁ ଏକାଠି ଦେଖି ଖୁସି ହୁଅନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଆମକୁ ଏକାଠି ଦେଖିବାକୁ ଚାହାଁନ୍ତି | ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଶଂସକମାନେ ଆମର ପ୍ରେମ କାହାଣୀକୁ ଏକ ସୁନ୍ଦର ଟ୍ୟାଗ୍ 'ShaRa' ଦେଇଛନ୍ତି! ଯାହା ବାସ୍ତବରେ ଚମତ୍କାର ଅଟେ । ପ୍ରଶଂସକଙ୍କ ବିଷୟରେ କଥାବାର୍ତ୍ତା କରି ଅଭିନେତ୍ରୀ କହିଛନ୍ତି, “ସେମାନେ ଏତେ ଭାବପ୍ରବଣ ଅଟନ୍ତି ଯେ ସେମାନେ ପ୍ରକୃତରେ ଆମକୁ ଏକାଠି ଦେଖିବାକୁ ଚାହାଁନ୍ତି, ଯାହା ମୋତେ ଆଶ୍ଚର୍ଯ୍ୟ କରିଥାଏ ।