ମୁମ୍ବାଇ: ଦେଶରେ ବ୍ୟାପିଥିବା କରୋନାଭାଇରସ ବିରୋଧରେ ଲଢିବା ପାଇଁ ବଲିଉଡର ପ୍ରାୟତ ସମସ୍ତ ସେଲିବ୍ରିଟିମାନେ ସେମାନଙ୍କ ତରଫରୁ ଆର୍ଥିକ ଅବଦାନ ଦେଉଥିବାର ନଜର ଆସିଛନ୍ତି । ନିକଟରେ ଶାହାରୁଖ ଖାନ ମଧ୍ୟ କୋରୋନା ସହାୟତାରେ ଦାନ କରିଛନ୍ତି ।

ଏହି ସୋପାନ ବିଷୟରେ ତାଙ୍କ ସୋସିଆଲ ମିଡିଆରେ ଏକ ଜବରଦସ୍ତ ଆଲୋଚନା ହୋଇଥିଲା । କିଙ୍ଗ ଖାନଙ୍କ ଏହି କାର୍ଯ୍ୟ ତାଙ୍କ ପ୍ରଶଂସକମାନଙ୍କୁ ବହୁତ ପ୍ରଭାବିତ କରିଥିଲା । ଏନେଇ SRK ୟୁନିଭର୍ସ ଫ୍ୟାନ କ୍ଲବ ମଧ୍ୟ କୋରୋନା ସହାୟତାରେ ଏକ ବଡ ଅବଦାନ ରଖିଥିଲେ ।
ଶାହାରୁଖ ଖାନଙ୍କ ଏକ ଫ୍ୟାନ କ୍ଲବ ଟ୍ୱିଟ କରି ଲେଖିଛନ୍ତି ଯେ, ଆମେ ପିଏମ କେୟାର ଫଣ୍ଡକୁ 1 ଲକ୍ଷ ଟଙ୍କା ଦାନ କରିଛୁ । #SRK ୟୁନିଭର୍ସ ଫ୍ୟାନ କ୍ଲବ । ଶାହାରୁଖଙ୍କୁ ଅନୁସରଣ କରି ପିଏମ କେୟାର୍ସ ପାଣ୍ଠିକୁ ଏକ ଛୋଟ ଅବଦାନ । ଏହି ଟ୍ୱିଟକୁ SRK ୟୁନିଭର୍ସ ଫ୍ୟାନ କ୍ଲବର ସଦସ୍ୟମାନେ ଶାହାରୁଖ ଖାନ ଏବଂ ରେଡ ଚିଲିକୁ ମଧ୍ୟ ଟ୍ୟାଗ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ