ନୂଆଦିଲ୍ଲୀ: କ୍ୟୁଟ ଅଭିନେତା ଶାହିଦ କପୁର । ଏବେ ନିଜର ଅପକମିଂ ଫିଲ୍ମ 'କବୀର ସିଂହ'କୁ ନେଇ ଖୁବ୍ ଚର୍ଚ୍ଚାରେ । ନିକଟରେ ରିଲିଜ ହୋଇଥିବା ଏହି ଫିଲ୍ମର ଟ୍ରେଲରକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଟ୍ରେଲରରେ ଦେଖିବାକୁ ମିଳୁଛି ଶାହିଦଙ୍କ ଆଙ୍ଗ୍ରୀ ଲୁକ । ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ମଧ୍ୟ ସାମ୍ନାକୁ ଆସିଛି ।
ଆଜ୍ଞା ହଁ, ଯଦି ଆପଣ ଶାହିଦଙ୍କ ଫ୍ୟାନ ତେବେ ଏହି ଖବର ଆପଣଙ୍କ ପାଇଁ । ନିକଟରେ ସିଙ୍ଗାପୁର ମ୍ୟାଡମ ତୁଷାଦ ମ୍ୟୁଜିୟମରେ ଶାହିଦଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାନ ପାଇଛି । ଏହି ଅବସରରେ ସେ ପତ୍ନୀ ମୀରା ରାଜପୁତଙ୍କ ସହ ଏହାର ଲଞ୍ଚିଂ ଇଭେଣ୍ଟରେ ପହଞ୍ଚିଥିଲେ । ସେ ନିଜ ପ୍ରତିମୂର୍ତ୍ତି ସହ ପୋଜ ଦେଇ ଅନେକ ଫଟୋ ମଧ୍ୟ କ୍ଲିକ କରିଛନ୍ତି । ଯାହାକୁ ଶାହିଦ ଗୁରୁବାର ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରି ଲେଖିଥିଲେ, ଟ୍ୟୁନିଙ୍ଗ(Twining) ।
- " class="align-text-top noRightClick twitterSection" data="
">
ଏହା ବ୍ୟତୀତ ସେ ନିଜ ଇନଷ୍ଟାଷ୍ଟୋରୀଜରେ ମଧ୍ୟ କିଛି ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ ଶାହିଦ ନିଜ ପ୍ରତିମୂର୍ତ୍ତିର କେଶ ସଜାଡୁଥିବାର ନଜର ଆସୁଛନ୍ତି । ଏହି ଫଟୋ କ୍ୟାପସନରେ ଲେଖିଛନ୍ତି, "କେଶ ସମ୍ଭାଳ ମୁନ୍ନା ।"
ଅନ୍ୟପଟେ ଶାହିଦ ପତ୍ନୀ ମୀରାଙ୍କ ସହ ଏକ ଲାଇଭ ଭିଡିଓ ମଧ୍ୟ ସୁଟ କରିଥିଲେ । ଯେଉଁଥିରେ ସେ ନିଜ ଫିଲ୍ମ 'କବୀର ସିଂହ'କୁ ନେଇ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା ।