ETV Bharat / sitara

ଶରୀର ଓଜନ ବଢାଇଲେ ଶାହିଦ

ଜୁନ 21ରେ ରିଲିଜ ହେବାକୁ ଯାଉଛି ଶାହିଦଙ୍କ ଚର୍ଚ୍ଚିତ ଫିଲ୍ମ 'କବୀର ସିଂହ' । ଫିଲ୍ମଟି ତେଲୁଗୁ ବ୍ଲକବଷ୍ଟର ଫିଲ୍ମ 'ଅର୍ଜୁନ ରେଡ୍ଡୀ'ର ହିନ୍ଦୀ ରିମେକ । ଫିଲ୍ମ ପାଇଁ ନିଜ ଲୁକ୍ସ ଠାରୁ ନେଇ ଶରୀର ଓଜନ ପର୍ଯ୍ୟନ୍ତ ସବୁ ପରିବର୍ତ୍ତନ କରିଛନ୍ତି ଶାହିଦ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ ଶାହିଦ କପୁର
author img

By

Published : May 12, 2019, 1:25 AM IST

ନୂଆଦିଲ୍ଲୀ: କ୍ୟୁଟ ଅଭିନେତା ଶାହିଦ କପୁର ଖୁବ୍ ଶୀଘ୍ର ତେଲୁଗୁ ବ୍ଲକବଷ୍ଟର ଫିଲ୍ମ 'ଅର୍ଜୁନ ରେଡ୍ଡୀ'ର ରିମେକ ଫିଲ୍ମ 'କବୀର ସିଂହ' ନେଇ ପରଦାକୁ ଆସୁଛନ୍ତି । ଏବେ ଠାରୁ ଫିଲ୍ମଟିକୁ ନେଇ ଏକ୍ସାଇଟେଡ ନଜର ଆସୁଛନ୍ତି ତାଙ୍କ ଫ୍ୟାନ୍ସ । ଶାହିଦ ସବୁବେଳେ ନିଜ ଭୂମିକାଟିକୁ ବାସ୍ତବ କରିବା ପାଇଁ ଖୁବ୍ ପରିଶ୍ରମ କରିବା ପାଇଁ ପରିଚିତ । ଏବେ ମଧ୍ୟ ସେ 'କବୀର ସିଂହ' ପାଇଁ ଖୁବ୍ ପରିଶ୍ରମ କରୁଥିବାର ନଜର ଆସୁଛନ୍ତି ।

ଏହି ଫିଲ୍ମରେ କାମ କରିବା ପାଇଁ ସେ ନିଜ ଲୁକ୍ସକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିନେଇଛନ୍ତି । ଏକ ସାକ୍ଷାତକାରରେ ସେ କହିଥିଲେ କିପରି ସେ ନିଜ ଲୁକ୍ସ ପରିବର୍ତ୍ତନ କରିବା ପାଇଁ ପରିଶ୍ରମ କରିଥିଲେ ।

ଖାଲି ଏତିକି ନୁହେଁ ଏହି ଫିଲ୍ମ ପାଇଁ ସେ ନିଜ ଶରୀର ଓଜନ ମଧ୍ୟ ବଢାଇ ନେଇଛନ୍ତି । ସେ କହିଥିଲେ କି ତାଙ୍କ ଓଜନ ସବୁବେଳେ 71-72 ରହିଥାଏ । ଫିଲ୍ମ ପାଇଁ ତାଙ୍କୁ 76-77 କିଲୋ ଓଜନ ବଢାଇବାର ଥିଲା ।

ଆଉ ଯେତେବେଳେ ସେ ନିଜ ଫିଟନେସ ଟ୍ରେନର ସମୀର ଜୈରାଙ୍କୁ ଓଜନ ବଢାଇବା କଥା କହିଥିଲେ ତେବେ ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏତେ ପରିଶ୍ରମ କରି ବଡିକୁ ସେପରେ ଆଣିବା ପରେ ହଠାତ୍ ଓଜନ ବଢାଇବା କଷ୍ଟଦାୟକ । ଏହାସହ ଡର ମଧ୍ୟ ଥିଲା କି ଓଜନ ବଢିସାରିବା ପରେ ସେ ପୁଣି ନିଜକୁ ସେପରେ ଆଣିପାରିବେ କି ନାହିଁ । ପରେ ଯେବେ ସେ ବିଜୟ ଦେବରକୁଣ୍ଡୋଙ୍କ ଅଭିନୟ ଦେଖିଲେ ତେବେ ବୁଝିପାରିଲେ କି ଭୂମିକାରେ ବାସ୍ତବତା ନିହାତି ଆବଶ୍ୟକ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.