ମୁମ୍ବାଇ: ଗତ ବର୍ଷ ଶେଷଥର ଫ୍ଲପ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ ବି-ଟାଉନର କିଙ୍ଗ ଖାନ ଶାହରୁଖ । ଆଉ ଏଯାବତ ଦର୍ଶକ ତାଙ୍କୁ କୌଣସି ଫିଲ୍ମରେ ଦେଖିନାହାଁନ୍ତି । ବର୍ତ୍ତମାନ ସେ ଫିଲ୍ମଠାରୁ ଦୂରେଇ ଅଛନ୍ତି । ଏବେ ସେ ଫିଲ୍ମ କରୁନାହାଁନ୍ତି ସତ ହେଲେ ଅନେକ ଫିଲ୍ମର ପ୍ରଯୋଜନା କରୁଥିବାର ନଜର ଆସୁଛନ୍ତି । କିଛି ଦିନ ହେବ ତାଙ୍କୁ ନେଇ ଶୁଣିବାକୁ ମିଳୁଛି ଯେ ସେ କରନ ଜୋହର କିମ୍ବା ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମରେ ନଜର ଆସିପାରନ୍ତି । ହେଲେ ଇତିମଧ୍ୟରେ ଶାହରୁଖ ଆଗାମୀ ପ୍ରୋଜେକ୍ଟର ପ୍ରଯୋଜନା କରିବାକୁ ଘୋଷଣା କରିଛନ୍ତି ।
ସେ ମନୀଷ ମୁଦ୍ରାଙ୍କ ସହ ମିଶି ଫିଲ୍ମ ‘କାମୟାବ’ର ପ୍ରଯୋଜନା କରିବାକୁ ଯାଉଛନ୍ତି । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ସଞ୍ଜୟ ମିଶ୍ରା, ଦୀପକ ଡୋବିରିୟାଲ ଓ ସାରିକା ସିଂ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ହାର୍ଦ୍ଧିକ ମେହତା ।
ପ୍ରକାଶ ଥାଉକି ମେକର୍ସଙ୍କୁ ଲାଗୁଛି ଯେ ସଞ୍ଜୟ ଫିଲ୍ମର ମୁଖ୍ୟ ଭୂମିକା ପାଇଁ ପରଫେକ୍ଟ । ସେ ନିଜ ଅଭିନୟ କ୍ୟାରିୟର ଆରମ୍ଭ ସହ-ଅଭିନେତା ରୂପେ ଆରମ୍ଭ କରିଥିଲେ । ହେଲେ ଏବେ ଫେମସ ଅଭିନେତା ସାଜିଛନ୍ତି । ‘କାମୟାବ’ ଦେଶ ବିଦେଶେର ଅନେକ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇସାରିଛି।
ବୁସାନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ନ୍ୟୁୟର୍କ ସିଟି ସାଉଥ ଏସିଆନ ଫିଲ୍ମ ଫେଷ୍ଟିଭାଲ, ଇଣ୍ଡିଆନ ଫେଷ୍ଟିଭାଲ ଅଫ ମେଲବର୍ଣ୍ଣ ଓ ସାଙ୍ଘାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମର ଖୁବ୍ ପ୍ରଶଂସା ହୋଇଥିଲା। ଶାହରୁଖଙ୍କୁ ଏହି ଫିଲ୍ମର ସ୍କ୍ରିପ୍ଟ ବହୁତ ପସନ୍ଦ ଆସିଛି । ଯାହାପରେ ସେ ଏହାକୁ ପ୍ରଯୋଜନା କରିବାକୁ ସ୍ଥିର କରିଛନ୍ତି । ଶାହରୁଖ ଓ ସଞ୍ଜୟ ‘ଦିଲୱାଲେ’ରେ ଏକାଠି କାମ କରିଥିଲେ ।