ETV Bharat / sitara

ଚିନ୍ତିତ ଶାହରୁଖ, ପଶୁଙ୍କ ସୁରକ୍ଷା ପାଇଁ କଲେ ଅପିଲ - ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ

ବର୍ତ୍ତମାନ କୋରୋନା ସଂକ୍ରମଣ ପାଇଁ ଅଶାନ୍ତ ପରିବେଶ। ଦେଶରେ ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ ଚାଲିଛି। ଯାହାକୁ ନେଇ ଜନସାଧାରଣଙ୍କୁ ଅପିଲ କଲେ ଶାହରୁଖ।

shah rukh khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ
author img

By

Published : Apr 18, 2020, 5:13 PM IST

ମୁମ୍ବାଇ: କୋରୋନା ଭାଇରସ ପାଇଁ କେବଳ ମଣିଷ ନୁହେଁ ବରଂ ପଶୁ ମଧ୍ୟ ଚିନ୍ତିତ। ଏହାର ପ୍ରଭାବ ନୀରିହ ପଶୁଙ୍କ ଉପରେ ମଧ୍ୟ ପଡୁଛି । ପଶୁଙ୍କ ପାଇଁ କୋଭିଡ 19 ବ୍ୟାପିବା ଭାବି ଲୋକେ ରାସ୍ତାରେ ନିଜ ନିଜ ପୋଷା ପଶୁଙ୍କୁ ଛାଡିଦେଇଛନ୍ତି। ସେପଟେ ଲକଡାଉନ ପାଇଁ ରାସ୍ତାରେ ବୁଲୁଥିବା ପଶୁ ଖାଇବାକୁ ନପାଇ ଅଣାୟତ । ଯାହାଦ୍ବାରା ଭୋକରେ ରହୁଛନ୍ତି ଏହି ନିରିହ ପଶୁ। ଇତିମଧ୍ୟରେ ପଶୁଙ୍କ ଏପରି ଅବସ୍ଥା ଉପରେ କିଙ୍କ ଖାନ ଶାହରୁଖ ସୋସିଆଲ ମିଡିଆରେ ଅପିଲ କରିଛନ୍ତି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଶାହରୁଖ ଖାନ

ସେ ଟ୍ବିଟରରେ ପୋଷ୍ଟ କରି ଲେଖିଛନ୍ତି, ‘ପୁରା ଦୁନିଆ ଏହି ସମୟରେ କୋବିଡ 19 ସହ ସଂଘର୍ଷ କରୁଛି। ଏମିତି ପରିସ୍ଥିତିରେ ଆମେ ଭୁଲିବା କଥା ନୁହେଁ ପଶୁଙ୍କ ବିଷୟରେ। ଆସନ୍ତୁ ତେବେ ନିଶ୍ଚିନ୍ତ କରିବା ପଶୁଙ୍କୁ ପ୍ରେମ ସହ ଯତ୍ନ ନେବାର।’

ଖାଲି ଏତିକି ନୁହେଁ ଶାହରୁଖ ଏହାସହ ଏକ ଏମିତି ସଂସ୍ଥାର ଲିଙ୍କ ମଧ୍ୟ ସେୟାର କରିଛନ୍ତି, ଯିଏ ପଶୁଙ୍କ ଯତ୍ନ ନିଅନ୍ତି। ଏହି ଏନଜିଓକୁ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.