ETV Bharat / sitara

ଆଉ ଏକ ଫିଲ୍ମରେ ପ୍ରଯୋଜନା କରିବେ କିଙ୍ଗ ଖାନ - ଶାହରୁଖ ଖାନ ଫ୍ଲପ ଫିଲ୍ମ ଜିରୋ

ନିକଟରେ ରିଲିଜ ହୋଇଥିବା ‘କାମୟାବ’ର ପ୍ରଯୋଜନା ଦାୟିତ୍ବ ଶାହରୁଖ ଖାନଙ୍କ ରେଡ ଚିଲିଜ ଏଣ୍ଟରଟେମେଣ୍ଟ ଜରିଆରେ କରାଯାଇଥିଲା । ଖୁବଶୀଘ୍ର ସେ ଆଉ ଏକ ଫିଲ୍ମ ପ୍ରଯୋଜନା କରିବାକୁ ଯାଉଛନ୍ତି।

_shah rukh khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ
author img

By

Published : Mar 17, 2020, 5:49 PM IST

ମୁମ୍ବାଇ: ଦୀର୍ଘ ସମୟରୁ ସୁପରଷ୍ଟାର ଶାହରୁଖ ଖାନ କୌଣସି ଫିଲ୍ମରେ ନଜର ଆସିନାହାଁନ୍ତି । ଶେଷଥର ସେ ଆନନ୍ଦ ଏଲରାୟ ଫ୍ଲପ ଫିଲ୍ମ ‘ଜିରୋ’ରେ ଅଭିନୟ କରିଥିଲେ । ଫ୍ୟାନ୍ସଙ୍କୁ ତାଙ୍କୁ ପୁଣିଥରେ ପରଦାରେ ଦେଖିବାକୁ ବ୍ୟାକୁଳ ଅଛନ୍ତି । ହେଲେ ଏଯାବତ ତାଙ୍କ ଆଗାମୀ ଫିଲ୍ମର କୌଣସି ଘୋଷଣା ହୋଇନାହିଁ । ହୁଏତ ସେ ଫିଲ୍ମଠୁ ଦୂରେଇ ଅଛନ୍ତି ସତ, କିନ୍ତୁ ପ୍ରଯୋଜକ ରୂପେ ବର୍ତ୍ତମାନ ସେ କାମ କରୁଛନ୍ତି । ସେ ଖୁବଶୀଘ୍ର ଆଉ ଏକ ଫିଲ୍ମର ପ୍ରଯୋଜନା କରିବାକୁ ଯାଉଛନ୍ତି ।

ଆଜ୍ଞା ହଁ, ବିହାରର ମୁଜାଫରପୁର ଏକ ସେଲ୍ଟର ହୋମରେ ନାବାଳିକା ସହ ହୋଇଥିବା ଦୁଷ୍କର୍ମ ଉପରେ ଆଧାରିତ ହେବ ତାଙ୍କ ଆଗାମୀ ପ୍ରଯୋଜନା ଫିଲ୍ମ । ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ପୁଲକିତ । ଯିଏ ଶୋ’ ‘ସୁଭାଷ ଚନ୍ଦ୍ର ବୋସ’ ଓ 2017ରେ ଆସିଥିବା ‘ମରୁନ’ର ନିର୍ଦ୍ଦେଶନା କରିଥିଲେ ।

ପ୍ରକାଶ ଥାଉକି, ପୁଲକିତ ଏହି ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି । ଫିଲ୍ମରେ ଜଣେ ସମ୍ବାଦିକ ଭୂମିକାରେ ଫିଲ୍ମର ଅଭିନେତା ଅଭିନୟ କରିବେ । ଷ୍ଟାରକାଷ୍ଟକୁ ନେଇ ଏଯାବତ କୌଣସି ଘୋଷଣା ହୋଇନାହିଁ । ଫିଲ୍ମର ସୁଟିଂ ଜୁଲାଇ ମାସରେ ଆରମ୍ଭ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.