ମୁମ୍ବାଇ: ଲକଡାଉନରେ ବଲିଉଡର ଲୋକପ୍ରିୟ ଷ୍ଟାର୍ସଙ୍କୁ ନେଇ ମଜାଦାର କଥା ସାମ୍ନାକୁ ଆସିବାରେ ଲାଗିଛି । ଯାହା ଶୁଣି ଦର୍ଶକ ମଧ୍ୟ ଖୁସି ହୋଇଯାଉଛନ୍ତି । ଏବେ ଶାହରୁଖ ଖାନ, କାଜଲ ଓ ଆମିର ଖାନଙ୍କୁ ନେଇ ଏକ ପୁରୁଣା କାହାଣୀ ଶୁଣିବାକୁ ମିଳୁଛି । ଏକଥା ତ ସମସ୍ତଙ୍କୁ ଜଣା ଯେ କାଜଲ-ଶାହରୁଖଙ୍କ ଯୋଡି ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଇକନିକ ଯୋଡି ମଧ୍ୟରେ ଅନ୍ୟତମ । ଦୁଇଜଣଙ୍କ ଅନସ୍କ୍ରିନ କେମେଷ୍ଟ୍ରି ଆଜି ମଧ୍ୟ ଦର୍ଶକଙ୍କୁ ଦିୱାନା କରୁଛି। ଦୁଇଷ୍ଟାର ପରସ୍ପରର ଭଲ ବନ୍ଧୁ ମଧ୍ୟ । ଏକଦା ଶାହରୁଖ, ଆମିରଙ୍କୁ କାଜଲଙ୍କ ସହ ଫିଲ୍ମ କରିବାକୁ ମନା କରି ଦେଇଥିଲେ ।
ଖାଲି ଏତିକି ନୁହେଁ ଶାହରୁଖ, କାଜଲଙ୍କ ସାମ୍ନାରେ ଆମିରଙ୍କ ବିଷୟରେ ଖୁବ୍ ଖରାପ କଥା ମଧ୍ୟ କହିଥିଲେ । ଏହି ବିଷୟରେ ସେ ନିଜେ ଏକ ସାକ୍ଷାତକାରରେ ଖୁଲାସା କରିଥିଲେ। ଶାହରୁଖ-କାଜଲଙ୍କ ପ୍ରଥମ ଫିଲ୍ମ ‘ବାଜିଗର’ ଥିଲା । ଏହି ଫିଲ୍ମର ସୁଟିଂ ସମୟରେ ଏହି ଦୁଇଷ୍ଟାର ପରସ୍ପରର ଭଲ ବନ୍ଧୁ ସାଜିଥିଲେ । ହେଲେ ଦୁଇଜଣଙ୍କ ବନ୍ଧୁତ୍ବର ଆରମ୍ଭ ଏତେ ସହଜ ନଥିଲା।
କାରଣ ଦୁଇଜଣଙ୍କ ବନ୍ଧୁତ୍ବ ଏକ ଝଗଡାରୁ ଆରମ୍ଭ ହୋଇଥିଲା । ଶାହରୁଖ ସାକ୍ଷାତକାରରେ ଜଣାଇଥିଲେ ଯେ ‘ବାଜିଗର’ ସୁଟିଂ ସମୟରେ ଆମିର, କାଜଲଙ୍କ ବିଷୟରେ ତାଙ୍କୁ ପଚାରିଥିଲେ। ସେ ତାଙ୍କ ସହ ଆଗାମୀ ଫିଲ୍ମରେ କାମ କରିବାକୁ ଚାହୁଁଥିଲେ। ହେଲେ ଶାହରୁଖଙ୍କୁ ଏହା ଭଲ ଲାଗିନଥିଲା। ଆଉ ସେ ସଙ୍ଗେ ସଙ୍ଗେ ଆମିରଙ୍କୁ ମନା କରି ଦେଇଥିଲେ କାଜଲଙ୍କ ସହ କାମ କରିବାକୁ ।