ମୁମ୍ବାଇ: ବି-ଟାଉନର ବାଦଶାହ ଶାହରୁଖ ଖାନଙ୍କ ନୂଆ ପ୍ରୋଜେକ୍ଟର ଘୋଷଣାକୁ ସମସ୍ତେ ଅନାଇ ବସିଛନ୍ତି । କାରଣ ଦୀର୍ଘ ସମୟରୁ ସେ ପରଦାରେ ନଜର ଆସିନାହାଁନ୍ତି । ସେ ଶେଷଥର ଆନନ୍ଦ ଏଲ ରାୟଙ୍କ ଫ୍ଲପ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ହେଲେ ସେ ଫ୍ୟାନ୍ସଙ୍କ ସହ ସୋସିଆଲ ମିଡିଆରେ ସବୁବେଳେ କନେକ୍ଟ ରହୁଛନ୍ତି। ମଙ୍ଗଳବାର ଶାହରୁଖଙ୍କ ଟ୍ବିଟରରେ ଫଲୋଅର୍ସ ସଂଖ୍ୟା 40 ମିଲିୟନରେ ପହଞ୍ଚିଛି। ଯାହାକୁ ନେଇ ଖୁସି ହୋଇଯାଇଛନ୍ତି ତାଙ୍କ ଫ୍ୟାନ୍ସ। ଏହି ଅବସରରେ ଫଲୋଅର୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବର୍ତ୍ତମାନ ଟ୍ବିଟରରେ #SRK40Million 'ଟ୍ରେଣ୍ଡ କରାଇଛନ୍ତି ଫ୍ୟାନ୍ସ। ଜଣେ ୟୁଜ ଲେଖିଛନ୍ତି, ‘40 ମିଲିୟନ ପୂରଣ ହୋଇଛି ଶୁଭେଚ୍ଛା ଶାହରୁଖ। ଫ୍ୟାନ୍ସଙ୍କୁ ଗୋଟିଏ ସହିତ ବାନ୍ଧି ରଖିବା ପାଇଁ ଧନ୍ୟବାଦ। ଲଭ ୟୁ।’
ସେହିପରି ଦ୍ବିତୀୟ ୟୁଜର ଲେଖିଛନ୍ତି, ‘ମିଷ୍ଟର ଶାହରୁଖ, ମୁଁ ଆପଣଙ୍କ 40 ମିଲିୟନ ଫଲୋୟର୍ସଙ୍କ ମଧ୍ୟରେ ଜଣେ ହୋଇଥିବାରୁ ଗର୍ବିତ ଅନୁଭବ କରୁଛି। ଏପରି ଅନେକ କମେଣ୍ଟ କରି ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ଫ୍ୟାନ୍ସ।’