ETV Bharat / sitara

ଧାରା 370 ଉଚ୍ଛେଦକୁ ନେଇ ପ୍ରତିକ୍ରିୟା ରଖିଲେ ସେଲିବ୍ରିଟି - ଷ୍ଟାର୍ସ

ଧାରା 370ର ଉଚ୍ଛେଦ ପ୍ରସ୍ତାବକୁ ନେଇ ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ବଲିଉଡ ଷ୍ଟାର୍ସ ।

ଡିଜାଇନ ଫଟୋ
author img

By

Published : Aug 5, 2019, 3:24 PM IST

ମୁମ୍ବାଇ: ଧାରା 370ର ବିଭିନ୍ନ ଅନୁଚ୍ଛେଦ ଓ 35 (ଏ)ର ଉଚ୍ଛେଦ ପାଇଁ ରାଜ୍ୟସଭାରେ ଆଗତ ପ୍ରସ୍ତାବ ଆଗତ ହେବା ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବି-ଟାଉନ ସେଲିବ୍ରିଟି । ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଠାରୁ ଆରମ୍ଭ କରି ଲୋକପ୍ରିୟ ଲେଖକ ଓ ଖେଳାଳୀ ଟ୍ବିଟର ଆକାଉଣ୍ଟ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଚେତନ ଭଗତ

ଅଭିନେତ୍ରୀ ରବୀନା ଟଣ୍ଡନ ଜାତୀୟ ପତକାର ଫଟୋ ସେୟାର କରି ପ୍ରତିକ୍ରିୟା ଦେଇଥିବା ବେଳେ କୁସ୍ତି ଚାମ୍ପିଆନ ବବିତା ଫୋଗାଟ ଟ୍ବିଟରରେ ଲେଖିଛନ୍ତି, ‘‘ଦେଶର ସ୍ବାଧୀନତା ଦେଖିବାକୁ ମତେ ସୌଭାଗ୍ୟ ମିଳିନଥିଲା, କଶ୍ମୀରକୁ 370 ଓ 35 (ଏ) ମୁକ୍ତି ମିଳିଥିବାର ଦେଖିବା ମୋର ପରମ ସୌଭାଗ୍ୟ ହେବ। ଭାରତ ମାତା କି ଜୟ । ’’

twitter
ଫଟୋ ସୌଜନ୍ୟ: ଟ୍ବିଟର@ବବିତା ଫୋଗଟ

ଅନ୍ୟପଟେ ଲେଖକ ଚେତନ ଭଗତ ଲେଖିଛନ୍ତି, ‘‘ପରିଶେଷରେ 2019 ଅଗଷ୍ଟ 5ରେ କଶ୍ମୀର ମୁକ୍ତି ହେଲା । ସ୍ବାଧୀନତାରେ ବଢ ଆଉ ସ୍ବାଧୀନତାରେ ଭବିଷ୍ୟ ଗଢ ।’’ ଖାଲି ଏତିକି ନୁହେଁ ଚେତନ ଏପରି ତିନୋଟି ଟ୍ବିଟ କରି ନିଜ ଖୁସି ଜାହିର କରିଛନ୍ତି । ଫିଲ୍ମ ନିର୍ମାତା କୁନାଲ କୋହଲି ଲେଖିଛନ୍ତି, ‘‘ଆମ ଆଖି ସାମ୍ନାରେ ନୂଆ ଇତିହାସ ଲେଖାହେଲା ।’’

ଫଟୋ ସୌଜନ୍ୟ: ଟ୍ବିଟର@ପାୟଲ ରୋହତଗି
twitter
ଫଟୋ ସୌଜନ୍ୟ: ଟ୍ବିଟର@ରବୀନା ଟଣ୍ଡନ

ସେହିପରି କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ମଧ୍ୟ ଟ୍ବିଟରରେ ଲେଖିଛନ୍ତି, ‘‘ଏହାକୁ କୁହନ୍ତି ସରକାର ବାଃ । ନରେନ୍ଦ୍ର ମୋଦିଙ୍କ ନାମ ଭାରତ ଇତିହାସରେ ସ୍ବର୍ଣ୍ଣ ଶବ୍ଦରେ ଲେଖାଯିବ । ’’ ଅନ୍ୟପଟେ ଅଭିନେତ୍ରୀ ପାୟଲ ରୋହତ୍ୟାଗି ମଧ୍ୟ ଏହି ପ୍ରସଙ୍ଗରେ ନିଜର ଏକ ଭିଡିଓ ସେୟାର କରି ସବୁ ଭାରତବାସୀଙ୍କ ସହ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.