ETV Bharat / sitara

ମେ'ରେ ମୁହାଁମୁହାଁ ହେବେ ସଲମାନ-ଜନ

author img

By

Published : Mar 17, 2021, 1:51 PM IST

ବକ୍ସ ଅଫିସରେ ଏକାଠି ରିଲିଜ ହେବାକୁ ଯାଉଛି ‘ରାଧେ’ ଓ ‘ସତ୍ୟମେବ ଜୟତେ 2’ । ବୁଧବାର ଘୋଷଣା ହେଲା ‘ସତ୍ୟମେବ ଜୟତେ 2’ର ନୂଆ ରିଲିଜ ତାରିଖ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ଜନ ଅବ୍ରାହମ ଓ ଦିବ୍ୟା ଖୋସଲାଙ୍କ ଚର୍ଚ୍ଚିତ ଫିଲ୍ମ ‘ସତ୍ୟମେବ ଜୟତେ 2’କୁ ସାମ୍ନାକୁ ଆସିଲା ନୂଆ ଖବର । ଦର୍ଶକଙ୍କ ପାଇଁ ଗୁଡନ୍ୟୁଜ । କାରଣ ନିର୍ଦ୍ଧାରିତ ହୋଇଥିବା ତାରିଖର ଠିକ୍ ଗୋଟିଏ ଦିନ ପୂର୍ବରୁ ରିଲିଜ ହେବାକୁ ଯାଉଛି ଫିଲ୍ମ । ଇଦ ଅବସରରେ ରିଲିଜ ହେବ ଫିଲ୍ମ । ମେ 14 ପରିବର୍ତ୍ତେ 13ରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ମେକର୍ସ ।

ଯାହାର ସୂଚନା ଦର୍ଶକଙ୍କୁ ଦେଇଛନ୍ତି ଫିଲ୍ମ କ୍ରିଟିକ ତରଣ ଆଦର୍ଶ । ସେ ଫିଲ୍ମର ଏକ ପୋଷ୍ଟ ଟ୍ବିଟରରେ ସେୟାର କରି ଲେଖିଛନ୍ତି, ‘ବଦଳିଲା ସତ୍ୟମେବ ଜୟତେ 2ର ରିଲିଜ ତାରିଖ । ମେ 14 ନୁହେଁ 13ରେ ହଲରେ ଫିଲ୍ମ ଦେଖିବେ ଦର୍ଶକ । ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ’ ସହ ମୁହାଁମୁହିଁ ହେବ ଏହି ଫିଲ୍ମ । ଡବଲ ରୋଲରେ ଜନ ଆବ୍ରାହମ ।’

ପ୍ରକାଶ ଥାଉକି ନିଖିଲ ଆଡଭାନୀଙ୍କ ସହ ମିଶି ଭୂଷଣ କୁମାର ‘ସତ୍ୟମେବ ଜୟତେ 2’ର ପ୍ରଯୋଜନା ଦାୟିତ୍ବ ତୁଲାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.