ନୂଆଦିଲ୍ଲୀ: ନିକଟରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଅତରଙ୍ଗୀ ରେ'ର ସୁଟିଂ ଶେଷ କରିଛନ୍ତି । ଏହା ପରେ ସେ ଫଟୋଗୁଡ଼ିକୁ ଇନଷ୍ଟାଗ୍ରାମରେ ସେୟାର କରି ସମଗ୍ର ଟିମକୁ ଧନ୍ୟବାଦ ଜଣାଇଥିଲେ ।
ଏଥି ସହିତ, ବର୍ତ୍ତମାନ ସାରା ତାଙ୍କ ଇନଷ୍ଟାଗ୍ରାମର ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କର ଏହି ଫଟୋକୁ ବହୁତ ପସନ୍ଦ କରୁଛନ୍ତି ।
ରବିବାର ଦିନ ସାରା ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ଚା' ଷ୍ଟଲ ବାହାରେ ବସିଛନ୍ତି । ସେହି ଚା' ଷ୍ଟଲ୍ ର ନାଁ ହେଉଛି 'ସୈଫ୍ ଚା ୱାଲା' । ଏହି ଫଟୋ ସେୟାର କରି କ୍ୟାପସନରେ ସାରା ଲେଖିଛନ୍ତି, 'ମୁଁ ମୋ ବାପାଙ୍କୁ ବହୁତ ଭଲ ପାଏ' ।
ଏବେ ସାରାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ବୂାଇରାଲ ହେବା ସହିତ ଫ୍ୟାନ୍ସ କମେଣ୍ଟ ବକ୍ସରେ ବହୁ ମନ୍ତବ୍ୟ ଦେଉଛନ୍ତି ।
ପ୍ରକାଶ ଥାଉ କି, ଆଗାମୀ ସମୟରେ ସାରା ଫିଲ୍ମ 'ଅତରଙ୍ଗୀ ରେ' ଅକ୍ଷୟ କୁମାର ଏବଂ ଧନୁଷଙ୍କ ସହ ନଜର ଆସିବେ ।