ମୁମ୍ବାଇ: ‘ଦବଙ୍ଗ’ ଫିଲ୍ମରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଦଙ୍ଗଲ ଗାର୍ଲ ସନାୟା ମଲହୋତ୍ରା ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କୁ ସବୁବେଳେ ପାଗଳ କରୁଛନ୍ତି । ଏବେ ମଧ୍ୟ ନିଜର ଏକ ଡାନ୍ସ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଘାଇଲା କରିଛନ୍ତି ।
ନିକଟରେ ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏକ ଭିଡିଓରେ ମାଧୁରୀ ଦୀକ୍ଷିତଙ୍କ ଜଲୱା ତାଙ୍କ ଡାନ୍ସରେ ଦେଖିବାକୁ ମିଳୁଛି । ସେ ମାଧୁରୀଙ୍କ ସୁପରଡୁପର ହିଟ୍ ଟ୍ରାକ ‘ହାମକୋ ଆଜକଲ ହେ ଇନତଜାର’ରେ ଜବରଦସ୍ତ ଡାନ୍ସ କରୁଛନ୍ତି ।
- " class="align-text-top noRightClick twitterSection" data="
">
ଖାଲି ଏତିକି ନୁହେଁ ସେ ଅବିକଳ ମାଧୁରୀଙ୍କ ଭଳି ହଳଦିଆ ବ୍ଲାଉଜ ମଧ୍ୟ ପିନ୍ଧିଛନ୍ତି । କିନ୍ତୁ ସେ କୌଣସି ଶାଢୀ ସହ ହଳଦିଆ ବ୍ଲାଉଜ ପିନ୍ଧିନାହାଁନ୍ତି ସେ ଜିନ୍ସ ପ୍ୟାଣ୍ଟ ସହ ଏହାକୁ କ୍ୟାରି କରିଛନ୍ତି । ଯାହା ତାଙ୍କ ସୌନ୍ଦର୍ଯ୍ୟକୁ ଖୁବ୍ ଆକର୍ଷଣୀୟ କରୁଛି । ଫ୍ୟାନ୍ସ ମଧ୍ୟ ତାଙ୍କ ଡାନ୍ସ ନାଚିବାରେ ଲାଗିପଡିଛନ୍ତି । ଆଉ କମେଣ୍ଟରେ ଭର୍ତ୍ତି କରିଦେଇଛନ୍ତି ଇନଷ୍ଟାଗ୍ରାମ ।
ସନାୟାଙ୍କୁ ଡାନ୍ସ ଖୁବ୍ ପସନ୍ଦ ବୋଲି ସେ ଏକ ସାକ୍ଷାତକାରରେ କହିଥିଲେ । ଡାନ୍ସ କରିବା ତାଙ୍କ ପ୍ୟାଶନ । ସେ ଖୁବଶୀଘ୍ର ଟାପ ଡାନ୍ସ ଶିଖିବାକୁ ବିଦେଶ ଯିବା ପାଇଁ ଏକ ବ୍ରେକ ନେବେ । ପ୍ରକାଶ ଥାଉକି ସେ ଜଲଦି ବିଦ୍ୟା ବାଲନଙ୍କ ଆଗାମୀ ଫିଲ୍ମ ‘ଶକୁନ୍ତଳା’ରେ ଜନର ଆସିବେ । ଯାହାର ସୁଟିଂରେ ବର୍ତ୍ତମାନ ବ୍ୟସ୍ତ ସେ ।