ETV Bharat / sitara

ବାନ୍ଦ୍ରା ପୋଲିସ ଷ୍ଟେସନରେ ଭଂସାଲୀ, ରେକର୍ଡ ହେବ ବୟାନ

author img

By

Published : Jul 6, 2020, 3:46 PM IST

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଦୁଇଦିନ ଧରି ରେକର୍ଡ ହେବ ସଞ୍ଜୟ ଲୀଲା ଭଂସାଲୀଙ୍କ ବୟାନ । ଯାହା ପାଇଁ ସେ ସୋମବାର ପହଞ୍ଚିଛନ୍ତି ମୁମ୍ବାଇ ପୋଲିସ ଷ୍ଟେସନରେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ବଲିଉଡ ପାଇଁ କାଳ ସାଜିଛି । କାରଣ ତାଙ୍କ ମୃତ୍ୟୁ ପରେ ଅନେକ ଲୋକ ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ ଭଳି ଅଭିଯୋଗ ଆଣିଛନ୍ତି । ସେପଟେ ପୋଲିସ ମଧ୍ୟ କ୍ରମାଗତ ଭାବେ ମାମଲାର ତଦନ୍ତ କରୁଛି। ଏଯାବତ ପୋଲିସ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ପାଖାପାଖି 28 ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି । ଆଉ ଏବେ ଫେମସ ନିର୍ମାତା, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ବୟାନ ରେକର୍ଡ କରାଯାଇଛି । ଯାହା ପାଇଁ ସେ ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି । ସଞ୍ଜୟଙ୍କ କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ଏଯାବତ ସେ ବୟାନରେ କଣ କହିଛନ୍ତି ସାମ୍ନାକୁ ଆସିନାହିଁ ।

ପ୍ରକାଶ ଥାଉକି ନିକଟରେ ସଞ୍ଜୟଙ୍କୁ ପୋଲିସ ତରଫରୁ ସମନ ପଠାଯାଇଥିଲା । ଆଉ ତାଙ୍କର ଦୁଇ ଦିନ ଧରି ବୟାନ ରେକର୍ଡ କରାଯିବ । ସେ ନିଜର କିଛି ଫିଲ୍ମରେ ସୁଶାନ୍ତଙ୍କୁ ସାଇନ କରାଇଥିଲେ । ହେଲେ ପରେ କାଢିଦେଇଥିଲେ । ଯାହା ବିଷୟରେ ସ୍ପଷ୍ଟ ରୂପେ ଜାଣିବାକୁ ଚାହୁଁଛି ପୋଲିସ । ହୁଏତଃ ଏହି କାରଣ ପାଇଁ ସୁଶାନ୍ତ ଡିପ୍ରେସନରେ ଆସିଥିଲେ ।

ପ୍ରକାଶ ଥାଉକି ପୂର୍ବରୁ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସେହିପରି ତାଙ୍କର ଅନେକ ବନ୍ଧୁଙ୍କ ବୟାନ ରେକର୍ଡ କରିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.