ବେଙ୍ଗାଲୁରୁ: ଡ୍ରଗ୍ ମାମଲାରେ ଗିରଫ ଅଭିଯୁକ୍ତଙ୍କ ଦ୍ବାରା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓ ଏବଂ ଫଟୋର ସମୀକ୍ଷା କରୁଛନ୍ତି ସିସିବି ଟେକ୍ନିକାଲ ଟିମ। ସୋସିଆଲ ନେଟୱାର୍କିଂ ସାଇଟ ଗୁଡିକର ତଥ୍ୟ ମଧ୍ୟ ସିସିବି ଅଧିକାରୀଙ୍କ ପାଇଁ ଏକ ପ୍ରମୁଖ ସାକ୍ଷୀ ଅଟେ । ଅଧିକାରୀମାନେ ସୋସିଆଲ ନେଟୱାର୍କିଂ ସାଇଟରୁ ହଜାର ହଜାର ଫଟୋ ଏବଂ ଭିଡିଓ ସଂଗ୍ରହ କରିସାରିଛନ୍ତି।
ଏଥିସହିତ ଅଧିକାରୀମାନେ ସୋସିଆଲ ନେଟୱର୍କିଂ ସାଇଟ୍ ଆକାଉଣ୍ଟରେ ଥିବା ସମସ୍ତ ଅଭିଯୁକ୍ତଙ୍କଠାରୁ ଡିଜିଟାଲ୍ ତଥ୍ୟ ମଧ୍ୟ ସଂଗ୍ରହ କରୁଛନ୍ତି ।
ଶେଖ ଫାଜିଲ ଶ୍ରୀଲଙ୍କାର କଲମ୍ବୋରେ ଥିବା ଏକ କାସିନୋ ମାମଲାରେ ଫେରାର ଥିଲେ, ଯିଏ କି ଅଭିନେତା-ଅଭିନେତ୍ରୀଙ୍କୁ ପାର୍ଟି ପାଇଁ ନିମନ୍ତ୍ରଣ କରିଥିଲେ। ପାର୍ଟିରେ ଯୋଗଦେବାକୁ ବଲିଉଡ ଏବଂ ସାଣ୍ତାଲଉଡ ଅଭିନେତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା।
ସେହିଭଳି ସଞ୍ଜନା ଗାଲରାନି ମଧ୍ୟ ପାର୍ଟିରେ ଥିଲେ। ଫାଜିଲ ଅଭିନେତ୍ରୀ ଇନ୍ଦ୍ରିତା ରାୟଙ୍କୁ ମଧ୍ୟ ପାର୍ଟିକୁ ନିମନ୍ତ୍ରଣ କରିଥିଲେ। ଅନ୍ଦ୍ରିତା ମଧ୍ୟ ଏ ବିଷୟରେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। ଯାହା ପରଠାରୁ ଅନ୍ଦ୍ରିତା ସେହି ପାର୍ଟିରେ ସାମିଲ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ