ETV Bharat / sitara

ସଲମାନଙ୍କ ଫାର୍ମ ହାଉସରେ ସୁଟିଂ ହେବ ବିଗବସ୍ 14 ପ୍ରୋମୋ ! - ସଲମାନଙ୍କ ପାନଭେଲ ଫାର୍ମ ହାଉସରେ ସୁଟିଂ ହେବ

ଟେଲିଭିଜନର ସବୁଠାରୁ ଲୋକପ୍ରିୟ ଶୋ ବିଗବସକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ୍ ରହିଛି । ପ୍ରଶଂସକମାନେ ପ୍ରତ୍ୟେକ ସିଜିନକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି । ଏଭଳି ପରିସ୍ଥିତିରେ ବିଗବସର 14 ତମ ସିଜିନକୁ ନେଇ ଆଜିକାଲି ଆଲୋଚନା ଚାଲିଛି । ଏହାର ପ୍ରୋମୋ ଶୀଘ୍ର ଲଞ୍ଚ ହୋଇପାରେ ବୋଲି ଖବର ରହିଛି । ଯାହାକୁ ସଲମାନ ଖାନ ତାଙ୍କ ଫାର୍ମ ହାଉସରୁ ସୁଟିଂ କରିପାରିବେ । ତେବେ ସେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲି ଘୋଷଣା କରିନାହାଁନ୍ତି । ଅଧିକ ପଢନ୍ତୁ...

salman khan will possibly shoot for the bigg boss 14 promo from his panvel farmhouse
ସଲମାନଙ୍କ ପାନଭେଲ ଫାର୍ମ ହାଉସରେ ସୁଟିଂ ହେବ ବିଗବସ୍ 14 ପ୍ରୋମୋ!
author img

By

Published : Jun 14, 2020, 3:48 PM IST

ମୁମ୍ବାଇ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ ସୋ ବିଗବସର 13 ତମ ସିଜନ୍ ଶେଷ ହେବା ପରଠାରୁ, 14 ତମ ସିଜନ୍ ବିଷୟରେ ସବୁବେଳେ ଚର୍ଚ୍ଚା ହେଉଛି । ପ୍ରଶଂସକମାନେ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ବର୍ତ୍ତମାନ ଖବର ଆସୁଛି, ବିଗବସର 14 ତମ ସିଜନ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରତିଯୋଗିମାନଙ୍କୁ ଫାଇନାଲ୍ କରିବାକୁ ସେଲିବ୍ରିଟି ମାନଙ୍କୁ ଆପ୍ରୋଚ କରାଯାଉଛି ।

ତଥାପି, ଏଥର କରୋନାଭାଇରସ ହେତୁ ଟିମକୁ ଯତ୍ନର ସହ ପ୍ରସ୍ତୁତ ହେବାକୁ ପଡିବ । ଏଥିରେ ପ୍ରତିଯୋଗୀ, କ୍ୟାମେରାପର୍ସନ୍, ପିସିଆର ସହିତ ପ୍ରାୟ 300 ଲୋକମାନଙ୍କ ଆବଶ୍ୟକ ରହିଛି । କିନ୍ତୁ, କରୋନାଭାଇରସ ଯୋଗୁଁ ଏତେ ସଂଖ୍ୟକ ଲୋକଙ୍କ ସହ କାମ କରିବା କଷ୍ଟକର । ଏଭଳି ପରିସ୍ଥିତିରେ ନିର୍ମାତାମାନେ ସାମାଜିକ ଦୂରତା ପାଳନ କରି ସୁଟିଂ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ବିଗବସ 14 ତମ ସିଜନର ଜୁନ୍ ମାସରେ ଏକ ପ୍ରୋମୋ ରିଲିଜ୍ ହେବାର ଥିଲା, କିନ୍ତୁ ଲକଡାଉନ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।

ସୂଚନାମୁତାବକ, ବିଗବସର 14 ତମ ସିଜିନର ପ୍ରୋମୋକୁ ସଲମାନ ଖାନ ତାଙ୍କ ପାନଭେଲ ଫାର୍ମ ହାଉସରୁ ସୁଟିଂ କରିପାରିବେ । ଯେପରି ଅଭିନେତା ଅମିତାଭ ବଚ୍ଚନ କେବିସିର ଆଗାମୀ ସିଜିନ ପାଇଁ ଏକ ଭିଡିଓ ସୁଟ୍ କରିଥିଲେ, ସଲମାନ ମଧ୍ୟ ତାଙ୍କ ପାନଭେଲ ଫାର୍ମ ହାଉସରୁ ବିଗ୍ ବସ୍ 14ର ଘୋଷଣା କରିପାରିବେ । କ୍ରିଏଟିଭ ଟିମ ସେମାନଙ୍କ ସହିତ ଏହି ଫର୍ମାଟରେ କାମ କରୁଛନ୍ତି ।

ପ୍ରକାଶ ଥାଉ କି, ବିଗବସର 14 ତମ ସିଜନ୍ ଅକ୍ଟୋବରରେ ପ୍ରିମିୟର୍ ହୋଇପାରେ ଏବଂ ସଲମାନ ଏହାର ପ୍ରୋମୋ ଲଞ୍ଚ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.