ମୁମ୍ବାଇ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ଏକ ମାସ ବିତିଗଲାଣି । କିନ୍ତୁ ତାଙ୍କ ଆତ୍ମହତ୍ୟା ମାମଲାରେ ପୋଲିସର ତଦନ୍ତ ଜାରି ରହିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ, ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ପ୍ରାୟ 35 ରୁ 40 ଜଣଙ୍କ ବୟାନ ରେକର୍ଡ କରାଯାଇଛି ।
ଏହି ସମୟରେ ଖବର ମଧ୍ୟ ଆସୁଥିଲା ଯେ, ଏହି ମାମଲାରେ ପୋଲିସ ସଲମାନ ଖାନଙ୍କୁ ମଧ୍ୟ ପଚରାଉଚରା କରିବ ।
ତେବେ ଇଟିଭି ଭାରତ ଏନେଇ ମୁମ୍ବାଇ ପୋଲିସକୁ ପଚାରିବାରୁ ଏହା ଉପରେ ବୟାନ ଦେବାକୁ ଏଡ଼ାଇଥିଲା ପୋଲିସ ।
ଅତୀତରେ ସଲମାନଙ୍କ ପୂର୍ବତନ ମ୍ୟାନେଜର ରେଶମା ଶେଟ୍ଟୀଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିଲା ।
ଏହାପୂର୍ବରୁ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କୁ ମଧ୍ୟ ମୁମ୍ବାଇ ପୋଲିସ ପଚରାଉଚରା କରିଛି ।
ଆହୁରି ମଧ୍ୟ ଖବର ରହିଛି, ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଏକ ମାସ ଯାଞ୍ଚ ପରେ ପୋଲିସ ବର୍ତ୍ତମାନ ଶେଷ ଫଳାଫଳରେ ପହଞ୍ଚିଛି । ଆସନ୍ତା 10 ରୁ 15 ଦିନ ମଧ୍ୟରେ ସେମାନେ ଏହି ମାମଲାର ଅନ୍ତିମ ରିପୋର୍ଟ ଉପସ୍ଥାପନ କରିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ