ETV Bharat / sitara

ଶୁଣନ୍ତୁ ‘ଦବଙ୍ଗ 3’ ର ରୋମାଣ୍ଟିକ ଗୀତ ଆୱାରା

ଡିସେମ୍ବର 20ରେ ରିଲିଜ ହେବାକୁ ପ୍ରସ୍ତୁତ ସଲମାନ ଖାନଙ୍କ ଆକ୍ସନ ଫିଲ୍ମ ‘ଦବଙ୍ଗ 3’। ଏହାପୂର୍ବରୁ ଧିରେ ଧିରେ ରିଲିଜ ହେବାରେ ଲାଗିଛି ଫିଲ୍ମର ଗୀତ। ମଙ୍ଗଳବାର ରିଲିଜ ହୋଇଯାଇଛି ଫିଲ୍ମର ଆଉ ଏକ ନୂଆ ରୋମାଣ୍ଟିକ ଟ୍ରାକ ‘ଆୱାର’। ଯାହା ଶୁଣି ମଜି ଯାଇଛନ୍ତି ଦର୍ଶକ। ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇଯାଇଛି ଏହି ଗୀତ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
author img

By

Published : Nov 13, 2019, 8:03 PM IST

ମୁମ୍ବାଇ: ସୁପରଷ୍ଟାର ସଲମାନଙ୍କ ଫ୍ୟାନ୍ସ ତାଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ ଦେଖିବାକୁ ବ୍ୟାକୁଳ । ଫିଲ୍ମକୁ ନେଇ ଦିନକୁ ଦିନ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢିବାରେ ଲାଗିଛି । ଆଉ ଏମିତିରେ ସଲମାନ ମଧ୍ୟ ପ୍ରଶଂସକଙ୍କ ଉତ୍ସାହ ବଢାଇବାରେ କୌଣସି କାର୍ଯ୍ୟ ଛାଡୁନାହାଁନ୍ତି । ସେ ‘ଦବଙ୍ଗ 3’ର ଅଡିଓ ଗୀତ ଗୋଟିଏ ଗୋଟିଏ କରି ରିଲିଜ କରିବାରେ ଲାଗିଛନ୍ତି । ମଙ୍ଗଳବାର ମଧ୍ୟ ଫିଲ୍ମର ବହୁପ୍ରତିକ୍ଷିତ ରୋମାଣ୍ଟିକ ଗୀତ ‘ଆୱାରା’ ରିଲିଜ କରାଯାଇଥିଲା । ଯାହା ବର୍ତ୍ତମାନ ୟୁଟ୍ୟୁବରେ ଛାଇ ଯାଇଛି।

ବର୍ତ୍ତମାନ ‘ଆୱାରା’ ଗୀତଟି ଅଡିଓ ଭର୍ସନରେ ରିଲିଜ କରାଯାଇଛି । କିନ୍ତୁ ଗୀତରେ ଯେଉଁ ଫଟୋ ଦେଖିବାକୁ ମିଳୁଛି, ସେଥିରେ ସଲମାନ ନବାଗତ ଅଭିନେତ୍ରୀ ସାଈ ମାଞ୍ଜେରକରଙ୍କ ସହ ରୋମାନ୍ସ କରୁଥିବାର ଦେଖାଯାଉଛନ୍ତି । ଗୀତଟି ଦର୍ଶକଙ୍କୁ ଏତେ ପସନ୍ଦ ଆସିଛି ଯେ ରିଲିଜ ହେବା ମାତ୍ରେ 22 ଲକ୍ଷରୁ ଅଧିକଥର ଏହାକୁ ୟୁଟ୍ୟୁବରେ ଶୁଣା ସରିଲାଣି ।

ଗୀତଟିକୁ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ସେୟାର କରି ସଲମାନ କ୍ୟାପସନରେ ଲେଖିଛନ୍ତି, ‘ପୂର୍ବେ ପ୍ରେମର ପରିଭାଷା କିଛି ଭିନ୍ନ ଥିଲା, ଶୁଣନ୍ତି ଦବଙ୍ଗ 3ର ନୂଆ ଗୀତ ଆୱାରା’ । ଏହି ଗୀତରେ ସଙ୍ଗୀତ ସାଜିଦ ବାଜିଦ ଦେଇଥିବା ବେଳେ ଏହାକୁ ଗାଇଛନ୍ତି ସଲମାନ ଅଲ୍ଲୀ ଓ ମୁସକାନ।

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି ‘ଦବଙ୍ଗ 3’ରେ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି କୋରିଓଗ୍ରାଫର ତଥା ଅଭିନେତା ପ୍ରଭୁଦେବା । ସେହିପରି ଫିଲ୍ମଟି ଅରବାଜ ଖାନ, ନିଖିଲ ଦ୍ବିବେଦୀଙ୍କ ଦ୍ବାରା ନିର୍ମିତ । ଆସନ୍ତା ମାସ 20ରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ।

Intro:Body:

TEST

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.