ETV Bharat / sitara

ପ୍ରିୟଙ୍କାଙ୍କୁ ରିଜେକ୍ଟ କଲେ ସଲମାନ

ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କାଙ୍କ ସହ ଆଦୌ କାମ କରିବାକୁ ପସନ୍ଦ କରୁନାହାଁନ୍ତି ଦବଙ୍ଗ ବୟ ସଲମାନ ଖାନ । ତାଙ୍କର ଏବେ ବି ପ୍ରଥମ ପସନ୍ଦ କ୍ୟାଟ୍ରିନା ।

author img

By

Published : Oct 4, 2019, 10:36 AM IST

ଡିଜାଇନ ଫଟୋ

ମୁମ୍ବାଇ: ସବୁବର୍ଷ ଭାଇଜାନ ସଲମାନ ଖାନ ଯେମିତି ହେଉ ନା କାହିଁକି ଫ୍ୟାନ୍ସଙ୍କ ପାଇଁ ଇଦରେ ଇଦି ଆଣି ଆସିଥାଆନ୍ତି । ସେ ଇଦରେ ନିଜର କୌଣସି ନା କୌଣସି ଫିଲ୍ମ ନିହାତି ରିଲିଜ କରନ୍ତି । ତାଙ୍କ ଇଦ ରିଲିଜ ଫିଲ୍ମକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଖୁବ୍ ଚାଲିଛି । କେବେ କ୍ୟାଟ୍ରିନା କୈଫଙ୍କ ସହ ନଜର ଆସିବା କଥା ଶୁଣିବାକୁ ମିଳୁଛି ତ ଆଉ କେବେ ‘ରାଧେ’ ଫିଲ୍ମ ବିଷୟରେ ।

ନିକଟରେ ସଲମାନ ଇଦରେ ରିଲିଜ କରିବା ଫିଲ୍ମ ‘ରାଧେ’ ବିଷୟରେ ଶୁଣିବାକୁ ମିଳିଥିଲା । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଅଭିନେତା, କୋରିଓଗ୍ରାଫର, ନିର୍ଦ୍ଦେଶକ ପ୍ରଭୁଦେବା । କିନ୍ତୁ ଏବେ ସଲମାନ ନିଜେ କନଫର୍ମ କରିଛନ୍ତି କି ସେ ‘ରାଧେ’ ନୁହେଁ ନୂଆ ଟାଇଟଲରେ ଏହି ଫିଲ୍ମ ରିଲିଜ କରିବେ । ଖାଲି ଏତିକି ନୁହେଁ ଶୁଣିବାକୁ ମିଳୁଛି ଯେ ସଲମାନଙ୍କ ଏହି ଫିଲ୍ମରେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନଜର ଆସିବାର ଥିଲା ।

ଇତିମଧ୍ୟରେ ଏହା ମଧ୍ୟ ଜଣା ପଡିଛି ଯେ ସଲମାନ ଏଯାବତ ପ୍ରିୟଙ୍କାଙ୍କ ଉପରେ ରାଗିଛନ୍ତି । କାରଣ ତାଙ୍କ ଆଗାମୀ ଫିଲ୍ମରେ ମେକର୍ସ ପିସିଙ୍କୁ କାଷ୍ଟ କରିବାକୁ ଚାହୁଁଥିବା ବେଳେ ସଲମାନ କିନ୍ତୁ ରାଜି ହେଉନାହାଁନ୍ତି । ସେ ଫିଲ୍ମ ପାଇଁ କ୍ୟାଟଙ୍କ ନାମ ସଜେଷ୍ଟ କରିଛନ୍ତି ।

ସଲମାନଙ୍କ ଏପରି ବ୍ୟବହାରରୁ ଲାଗୁଛି ଯେ ପ୍ରିୟଙ୍କା ‘ଭାରତ’ ଫିଲ୍ମକୁ ଛାଡିବା ରାଗ ଏପର୍ଯ୍ୟନ୍ତ ତାଙ୍କ ମନରେ ରହିଅଛି । ତେବେ ସେ ପ୍ରିୟଙ୍କାଙ୍କ ସହ କାମ କରିବାକୁ ଚାହୁଁନାହାଁନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.