ETV Bharat / sitara

'ଭାରତ' ପ୍ରେମରେ ବିଦେଶୀ, 150ରୁ ଊର୍ଦ୍ଧ୍ବ ସ୍କ୍ରିନରେ ହେବ ରିଲିଜ

ଦେଶ, ବିଦେଶରେ କାଲି ରିଲିଜ ହେବାକୁ ଯାଉଛନ୍ତି ସଲମାନଙ୍କ ଚର୍ଚ୍ଚିତ ଫିଲ୍ମ 'ଭାରତ' । ଯାହାକୁ ନେଇ ଉତ୍ସାହିତ ମେକର୍ସ । ବିଦେଶରେ 'ଭାରତ' ଫିଲ୍ମଟି ଏଯାବତ ସବୁଠାରୁ ବଡ ରିଲିଜ ବୋଲି ଶୁଣିବାକୁ ମିଳୁଛି ।

author img

By

Published : Jun 4, 2019, 11:05 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଭାରତ' ରିଲିଜକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି । ଇଦ ଅବସରରେ ଅର୍ଥାତ୍ ଆସନ୍ତା କାଲି ଫିଲ୍ମଟି ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଭାଇଜାନଙ୍କ ପାଞ୍ଚୋଟି ଭିନ୍ନ ଭିନ୍ନ ଲୁକ ଦେଖିବାକୁ ମିଳିବ । ପୁଣିଥରେ ଦର୍ଶକ ପରଦାରେ ସଲମାନ ଓ କ୍ୟାଟ୍ରିନା କୈଫଙ୍କ କେମେଷ୍ଟ୍ରି ଦେଖିବାକୁ ପାଇବେ । ଏହି ଦୁଇଜଣଙ୍କ ବ୍ୟତୀତ ଫିଲ୍ମରେ ତବ୍ବୁ, ଜ୍ୟାକି ଶ୍ରଫ, ଦିଶା ପାଟନୀ, ସୁନୀଲ ଗ୍ରୋବର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଅନ୍ୟପଟେ ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଭାରତକୁ ନେଇ କିଛି ସୂଚନା ଟ୍ବିଟରରେ ସେୟାର କରିଛନ୍ତି । ଫିଲ୍ମଟିକୁ ଗଲ୍ଫ ଦେଶ ଏବଂ ୟୁଏଇରେ ପାଖାପାଖି 121 ଲୋକେସନରେ ରିଲିଜ କରାଯିବ । ବଲିଉଡ ପକ୍ଷରୁ ଏହି ଦୁଇ ସ୍ଥାନରେ ଏଯାବତ 'ଭାରତ'ର ରିଲିଜକୁ ସବୁଠାରୁ ବଡ ରିଲିଜ କୁହାଯାଉଛି । ଏହି ଦେଶ ଗୁ଼ଡିକରେ ସଲମାନଙ୍କ ଫ୍ୟାନ୍ସ ସଂଖ୍ୟା ଆକାଶ ଛୁଆଁ । ଏମିତିରେ ଫିଲ୍ମକୁ ଫାଇଦା ମିଳିପାରିବ ।

ସଲମାନଙ୍କ ଏହି ଫିଲ୍ମକୁ ଭାରତ ବ୍ୟତୀତ ଅଷ୍ଟ୍ରେଲିଆରେ 75ରୁ ଅଧିକ ଲୋକେସନରେ ମଧ୍ୟ ରିଲିଜ କରାଯିବ । ଫିଲ୍ମର ବ୍ୟାପକ ରିଲିଜକୁ ଦେଖି କଲେକ୍ସନକୁ ନେଇ ଅନେକ ଆଶା କରିବସିଛନ୍ତି ମେକର୍ସ । ଫିଲ୍ମଟି କେବଳ ଭାରତରେ 4000ରୁ ଅଧିକ ସ୍କ୍ରିନରେ ରିଲିଜ ହେବ ।

ପ୍ରକାଶ ଥାଉକି ସାଉଦ ଆରବ ଏବଂ ଭାରତରେ ଯେବେ କୌଣସି ଫିଲ୍ମ ରିଲିଜ ହୁଏ ତେବେ ଦୁଇ ଦେଶରେ ଫିଲ୍ମର ରିଲିଜ ତାରିଖ ଭିନ୍ନ ଭିନ୍ନ ରଖାଯାଇଥାଏ । ସାଉଦି ଆରବରେ ଫିଲ୍ମକୁ ଗୋଟିଏ ଦିନ ପୂର୍ବରୁ କିମ୍ବା ଗୋଟିଏ ଦିନ ପରେ ରିଲିଜ କରାଯାଏ । କିନ୍ତୁ ଏଥର ପ୍ରଥମଥର ସାଉଦ ଆରବ ଓ ଭାରତରେ ଭାଇଜାନଙ୍କ ଫିଲ୍ମଟି ଗୋଟିଏ ଦିନରେ ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ବେଶ ଉତ୍ସାହିତ ଫିଲ୍ମ ମେକର୍ସ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.