ETV Bharat / sitara

ଟ୍ବିଟରରେ ‘ଦବଙ୍ଗ 3’ ବିରୋଧ, ଟ୍ରେଣ୍ଡ କରୁଛି #BoycottDabangg3

ଦର୍ଶକ ସଲୁ ମିଆଁ ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’କୁ ଦେଖିବାକୁ ଏକ୍ସାଇଟେଡ ଥିବା ବେଳେ ଫିଲ୍ମର ବିବାଦ କମିବାର ନାଁ ନେଉନାହିଁ । ଏବେ ସୋସିଆଲ ମିଡିଆରେ ଫିଲ୍ମର ବିରୋଧ କରିବାରେ ଲାଗିଛନ୍ତି ୟୁଜର୍ସ।

author img

By

Published : Nov 29, 2019, 1:00 PM IST

salman khan
ଫଟୋ ସୌଜନ୍ୟ: ଟ୍ବିଟର@ସଲମାନ ଖାନ ଫ୍ୟାନକ୍ଲବ

ମୁମ୍ବାଇ: ସଲମାନ ଖାନ ଓ ବିବାଦ ପରସ୍ପର ସହ ଜଡିତ । ସେ ପ୍ରାୟତଃ କୌଣସି ନା କୌଣସି କାରଣ ପାଇଁ ସମସ୍ୟା ଘେରରେ ଆସିଯାଆନ୍ତି । ଏବେ ସେ ନିଜର ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ 3’ ପାଇଁ ବିବାଦରେ । ନିକଟରେ ହିନ୍ଦୁ ଜନଜାଗୃତି ସମିତି ପକ୍ଷରୁ ଫିଲ୍ମର ଟାଇଟଲ ଟ୍ରାକ ‘ହୁଡ ହୁଡ ଦବଙ୍ଗ’ ଉପରେ ଆପତ୍ତି ପ୍ରକାଶ କରାଯିବା ସହ ସିବିଏଫସିରେ ଏହାକୁ ହଟାଇବା ପାଇଁ ଦାବି କରାଯାଇଥିଲା ।

tweet-2
ଫଟୋ ସୌଜନ୍ୟ: ଟ୍ବିଟର

ଏବେ ସୋସିଆଲ ମିଡିଆରେ ୟୁଜର୍ସ ଏହି ଗୀତର ଆଲୋଚନା କରୁଥିବାର ନଜର ଆସୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ #BoycottDabangg3 ଟ୍ରେଣ୍ଡ ମଧ୍ୟ କରୁଛି । ଏହି ହ୍ୟାଶଟ୍ୟାଗ ପାଇଁ ଦବଙ୍ଗ ବୟ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ୟୁଜର୍ସଙ୍କ ଅନୁଯାୟୀ ଗୀତରେ ନାଗା ସାଧୁ ନାଚୁଥିବାର ନଜର ଆସୁଛନ୍ତି । ଯାହା ଆମ ଧର୍ମ ଏବଂ ହିନ୍ଦୁସ୍ତାନର ଅପମାନ କରିବା ଭଳି କଥା।

tweet-3
ଫଟୋ ସୌଜନ୍ୟ: ଟ୍ବିଟର

ଫିଲ୍ମ ପାଇଁ କେବଳ ସଲମାନଙ୍କୁ ୟୁଜର୍ସ ଟାର୍ଗେଟ କରିନାହାଁନ୍ତି । ବଲିଉଡର ଅନ୍ୟ କଳାକାରଙ୍କ ମଧ୍ୟ ଆଲୋଚନା କରିବାରେ ଲାଗିଛନ୍ତି ୟୁଜର୍ସ । ସେହିପରି ଟ୍ବିଟରରେ ଏବେ ୟୁଜର୍ସଙ୍କ ଟ୍ବିଟର ଝଡ ଦେଖିବାକୁ ମିଳୁଛି । ପ୍ରଭୁ ଦେବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନଙ୍କ ସହ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା, ଅରବାଜ ଖାନ, କିଚ୍ଚା ସୁଦୀପ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମଟି ଆସନ୍ତା ମାସ 6 ତାରିଖରେ ରିଲିଜ ହେବାକୁ ଯାଉଛି।

tweet-1

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.