ମୁମ୍ବାଇ: ସାରା ଦେଶରେ ଲଗାଯାଇଥିବା ଲକଡାଉନ ଯୋଗୁଁ ଫିଲ୍ମ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସୁଟିଂ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହା ସତ୍ତ୍ବେ ବଲିଉଡର ସୁପରଷ୍ଟାର ସଲମାନ ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ରାଧେ' ଟିମର ସମସ୍ତ କର୍ମଚାରୀଙ୍କ ସହିତ ଜଡିତ ।
ଏନେଇ ସଲମାନ ଚଳଚ୍ଚିତ୍ର ସୁଟିଂ ପୂର୍ବରୁ 'ରାଧେ' ଟିମର ସଦସ୍ୟଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଦେଇଛନ୍ତି । ଏହି ଟଙ୍କା ସେହି ସମସ୍ତ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି, ଯେଉଁମାନେ 26 ମାର୍ଚ୍ଚରୁ 2 ଏପ୍ରିଲ ମଧ୍ୟରେ ଏହି ଚଳଚ୍ଚିତ୍ର ୟୁନିଟର ଅଂଶବିଶେଷ ଥିଲେ ।
ଏନେଇ ରାଧେ' ଟିମର ସମସ୍ତ ସଦସ୍ୟ ସଲମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
'ରାଧେ'ରେ ସଲମାନଙ୍କ ସହ ଅଭିନେତା ରଣଦୀପ ହୁଡା ଏବଂ ଅଭିନେତ୍ରୀ ଦିଶା ପାଟନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଇଦରେ ମୁକ୍ତିଲାଭ କରିବାକୁ ଯାଉଛି ।
ଲକଡାଉନ ସମୟରେ ସଲମାନ ନିକଟରେ ଫିଲ୍ମ ଇଣ୍ଡଷ୍ଟ୍ରିର 25,000 ରୁ ଅଧିକ କର୍ମଚାରୀମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ