ETV Bharat / sitara

ଶତ୍ରୁକୁ ନିପାତ କରିବା ପାଇଁ ସୈଫଙ୍କ ସାଧୁ ଅବତାର - ଛୋଟେ ନୱାବ ସୈଫ ଅଲ୍ଲୀ ଖାନ

କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା ସୈଫଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଲାଲ କପ୍ତାନ’ର ଫାଷ୍ଟ ପାର୍ଟ ଟ୍ରେଲର । ଆଉ ଆଜି ରିଲିଜ ହୋଇଯାଇଛି ଫିଲ୍ମର ସେକେଣ୍ଡ ପାର୍ଟର ଶାନଦାର ଟ୍ରେଲର । ସୈଫଙ୍କ ସହ ନଜର ଆସିଲେ ସୋନାକ୍ଷୀ ।

ଫଟୋ ସୌଜନ୍ଯ: ଇନଷ୍ଟାଗ୍ରାମ@ସୈଫ ଅଲ୍ଲୀ ଖାନ ଫ୍ୟାନକ୍ଲବ
author img

By

Published : Sep 29, 2019, 1:08 AM IST

ମୁମ୍ବାଇ: ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ଦମଦାର ଫିଲ୍ମ ‘ଲାଲ କପ୍ତାନ’ର ସେକେଣ୍ଡ ପାର୍ଟର ଜବରଦସ୍ତ ଟ୍ରେଲର ରିଲିଜ ହୋଇଯାଇଛି । ଏହାପୂର୍ବରୁ ମେକର୍ସ ଫିଲ୍ମର ଫାଷ୍ଟ ପାର୍ଟ ‘ଚାପ୍ଟର ୱାନ-ଦ ଇଣ୍ଟ’ ଟ୍ରେଲର ରିଲିଜ କରିଥିଲେ । ସେହିପରି ଦ୍ବିତୀୟ ପାର୍ଟର ଟାଇଟଲ ‘ଚାପ୍ଟର ଟୁ- ଦ ଚେଜ’ ରଖାଯାଇଛି। ଦ୍ବିତୀୟ ଟ୍ରେଲରଟିକୁ ଦର୍ଶକଙ୍କ ପ୍ରଥମ ଟ୍ରେଲର ଅପେକ୍ଷା ଖୁବ୍ ପସନ୍ଦ କରୁଛନ୍ତି ।

  • " class="align-text-top noRightClick twitterSection" data="">

‘ଜୋ ଆଂଖୋ ସେ ଦେଖା ଜାଏ, ୱୋ ଜଖ୍ମ ହି କ୍ୟା’ ଭଳି ଦମଦାର ଡାଇଲଗରୁ ଜଣାପଡୁଛି ଯେ ସୈଫ ପ୍ରତିଶୋଧ ନିଆଁରେ ଜଳୁଛନ୍ତି । ଦୁଇଟି ଟ୍ରେଲର ଦେଖି ଦର୍ଶକ ଏବେ ଠାରୁ ଫିଲ୍ମକୁ ନେଇ ଖୁବ୍ ଏକ୍ସାଇଟେଡ । ଅକ୍ଟୋବର 18ରେ ଫିଲ୍ମଟି ରିଲିଜ ହେବାକୁ ଯାଉଥିବା ବେଳେ ଦର୍ଶକ ଉତ୍ସାହ ବଢିଚାଲିଛି ।

ନାଗା ସାଧୁ ଅବତାରରେ ପ୍ରଥମଥର ସୈଫଙ୍କ ଭିନ୍ନ ଅବତାର ‘ଲାଲ କପ୍ତାନ’ରେ ଦେଖିବାକୁ ମିଳିବ । ସାଧୁ ବେଶ ଧରି ଶତ୍ରୁ ସଂହାର କରିବେ ସୈଫ । ତାଙ୍କ ଲୁକ ଉପରେ ଏତେ କାମ କରାଯାଇଛି ଯେ ସହଜରେ ଦର୍ଶକ ସୈଫଙ୍କୁ ଚିହ୍ନି ପାରିବେ ନାହିଁ ।

1 ମିନିଟ 29 ସେକେଣ୍ଡର ଏହି ଟ୍ରେଲରେ ସୈଫଙ୍କ ମିଷ୍ଟ୍ରି ୱୁମନ ରୂପେ ନଜର ଆସିଛନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ଅନ୍ୟପଟେ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ନବଦୀପ ସିଂ ସମ୍ଭାଳିଥିବା ବେଳେ ଆନନ୍ଦ ଏଲ ରାୟ ଏହାର ପ୍ରଯୋଜନା କରିଛନ୍ତି । ପ୍ରକାଶ ଥାଉକି ଫିଲ୍ମଟି ଅକ୍ଟୋବର 11ରେ ରିଲିଜ ହେବାର ଥିଲ । କିନ୍ତୁ କିଛି ସମସ୍ୟା ପାଇଁ ଫିଲ୍ମର ରିଲିଜ ତାରିଖଙ୍କୁ ଘୁଞ୍ଚାଇ ଦେଇଥିଲେ ମେକର୍ସ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.