ETV Bharat / sitara

ଫାଦର୍ସ ଡେ’ରେ ଆରମ୍ଭ ହେଲା 'ଜୱାନି ଜାନେମନ'ର ସୁଟିଂ

ସୈଫଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ଆଉ ଏକ ଷ୍ଟାର କିଡସ ଆଲିୟା । 'ଫାଦର୍ସ ଡେ' ଅବସରରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି ।

author img

By

Published : Jun 17, 2019, 5:46 PM IST

ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ଅଭିନେତ୍ରୀ ପୂଜା ବେଦୀଙ୍କ ଲାଡଲୀ ଆଲିୟା ଏଫ ଓ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ଅପକମିଂ ଫିଲ୍ମ 'ଜୱାନି ୱାନେମନ'ର ସୁଟିଂ ଆରମ୍ଭ ହୋଇଛି । ଖୋଦ ପୂଜା ଏନେଇ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଆଇସିସି ବିଶ୍ବକପ 2019ରେ ସାମିଲ ହୋଇଥିବା ସୈଫ ଓ ଆଲିୟାଙ୍କ କିଛି ଫଟୋ ସେୟାର କରି ଜଣାଇଛନ୍ତି ପୂଜା ।

twitter
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ପୂଜା ବେଦୀ

ଏହାକୁ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, "ଲଣ୍ଡନରେ ୱାର୍ଲ୍ଡ କପ ମ୍ୟାଚ ସମୟରେ ସୈଫଙ୍କ ସହ ମୋ ଝିଅ । ତାଙ୍କ ଡେବ୍ୟୁ ଫିଲ୍ମ ଜୱାନି ଜାନେମନର ସୁଟିଂ ଆରମ୍ଭ ହୋଇଯାଇଛି । ସୈଫ ତାଙ୍କ ପିତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ତେଣୁ ଫିଲ୍ମର ସୁଟିଂ ଫାଦର୍ସ ଡେ’ରେ ଆରମ୍ଭ ହୋଇଛି । ନୂଆ ଆରମ୍ଭ ପାଇଁ ଶୁଭେଚ୍ଛା ଓ ଶୁଭକାମନା ।"

ଅନ୍ୟପଟେ ଭାରତ-ପାକ ମ୍ୟାଚ ସମୟରେ ସୈଫ ଓ ଆଲିୟା ଖୁବ୍ ଏନଜୟ କରୁଥିବାର ନଜର ଆସୁଛନ୍ତି । ଷ୍ଟାଡିୟମରୁ ସୈଫଙ୍କ ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

'ଜୱାନି ଜାନେମନ' ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶକ ନିତିନ କକ୍କଡ । ଫିଲ୍ମଟି ଏକ ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ ହେବାକୁ ଯାଉଛି । ଫିଲ୍ମରେ ସୈଫଙ୍କ ସହ ତବ୍ବୁ ମଧ୍ୟ ନଜର ଆସିବେ । 'ଜୱାନି ଜାନେମନ' ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଆଉ ଏକ ଷ୍ଟାର କିଡ ଆଲିୟା ।

ଜ୍ୟାକି ବଗନାନିଙ୍କ ପୂଜା ଏଣ୍ଟରଟେନମେଣ୍ଟ ସହ ସୈଫଙ୍କ ବ୍ଲାକ ନାଇଟ ଫିଲ୍ମସ ଏବଂ ଜୟ ସେଭକରମନିଙ୍କ ନର୍ଦନ ଲାଇଟ ଫିଲ୍ମସ ଦ୍ବାରା ନିର୍ମିତ ଏହି ଫିଲ୍ମ ନଭେମ୍ବର 29ରେ ରିଲିଜ ହେବ ।

Intro:Body:

FSD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.