ମୁମ୍ବାଇ: କୋରୋନା ଭାଇରସ ମହାମାରୀ କାରଣରୁ ଲକଡାଉନ ହେତୁ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ (FWICE) କୁ 51 ଲକ୍ଷ ଟଙ୍କା ଦାନ କରିଛନ୍ତି । ରୋହିତଙ୍କ ଅବଦାନ ଦେଖି ଫିଲ୍ମ ନିର୍ମାତା ଫରାହ ଖାନ ଇନଷ୍ଟାଗ୍ରାମରେ ତାଙ୍କୁ ପ୍ରଶଂସା କରିଥିଲେ ।
ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ବର୍ତ୍ତମାନ ସୁରିଆଭନ୍ସି ନାମକ ଏକ ଫିଲ୍ମ କରୁଛନ୍ତି, ଯେଉଁଥିରେ ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫ ଅଛନ୍ତି।
ସୁପରଷ୍ଟାର ସଲମାନ ଖାନ ଦୈନିକ 25,000 ମଜୁରୀ କର୍ମଚାରୀଙ୍କ ପାଇଁ ଏକଲକ୍ଷ ଟଙ୍କା ଦାନ କରିଥିଲେ । ସଲମାନଙ୍କ ଅବଦାନ ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ (FWICE)ର କଳାକାରମାନଙ୍କୁ ସାହାଯ୍ୟ କରିବା ପରେ କରେ ରୋହିତଙ୍କ ଅବଦାନ ଦେଖି (FWICE)ର ସଭାପତି ବି.ଏନ୍ ତିୱାରୀ ବହୁତ ଖୁସି ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ