ହାଇଦ୍ରାବାଦ: କପୁର୍ ପରିବାରର 70 ବର୍ଷର ପରମ୍ପରା ଭାଙ୍ଗିବାକୁ ଯାଉଛି । ଆରକେ ଷ୍ଟୁଡିଓରେ ଆଉ ପାଳନ ହେବନି ଗଣେଷ ଉତ୍ସବ । ଆରକେ ଷ୍ଟୁଡିଓ ବିକ୍ରି ହେବା ପରେ ଏହି ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପଡିଛି । ରାଜ କପୁରଙ୍କ ବଡ ପୁଅ ରଣଧିର କପୁର ଏହି ବିଷୟରେ ଖୁଲାସା କରିଛନ୍ତି ।
2018ରେ ଶେଷ ଥର ପାଇଁ ଗଣେଷ ଉତ୍ସବ ପାଳନ କରାଯାଇଥିଲା । ରାଜ କପୁର 70 ବର୍ଷ ତଳେ ଗଣେଷ ଉତ୍ସବ ପରମ୍ପରା ଆରମ୍ଭ କରିଥିଲେ ବୋଲି ରଣଧିର କପୁର କହିଛନ୍ତି । ପୂର୍ବ ବର୍ଷ ରଣବୀର କପୁର ପୁରା ପରିବାର ସହ ପୁରା ପାରମ୍ପରିକ ଭାବେ ଗଣପତିଙ୍କ ଉତ୍ସବ ପାଳନ କରିଥିଲେ । କିନ୍ତୁ ଗତ ମେ' ମାସରେ ଆରକେ ଷ୍ଟୁଡିଓକୁ ଅନ୍ୟ ଏକ ଘରୋଇ ସଂସ୍ଥା କିଣି ନେଇଥିଲା ।
1948 ମସିହାରେ ଆରକେ ଷ୍ଟୁଡିଓ ପ୍ରାୟ 2.2 ଏକର ଜମିରେ ନିର୍ମାଣ କରାଯାଇଥିଲା । ଏଠାରେ ‘ବରଷାତ୍’, ‘ଆୱାରା’, ‘ଜଗତେ ରହୋ’, ‘ସଙ୍ଗମ’, ‘ବବି’, ‘ପ୍ରେମରୋଗ’ ଭଳି ଫିଲ୍ମ ସୁଟ୍ କରାଯାଇଛି।