ETV Bharat / sitara

ସିଦ୍ଧାର୍ଥଙ୍କୁ ହରାଇ ହାରିଯାଇଛନ୍ତି ସେହନାଜ, କୋହଭରା ପୋଷ୍ଟ କଲେ ଅଲିଗୋନି

ସିଦ୍ଧାର୍ଥଙ୍କ ରୁମର ଗର୍ଲଫ୍ରେଣ୍ଡକୁ ଭେଟିବା ପରେ ଅଲିଗୋନି ଏକ ଦୁଃଖଭରା ପୋଷ୍ଟ କରିଛନ୍ତି । ଯାହାକି ଅନେକ #Sidnaaz ପ୍ରଂଶସକଙ୍କ ହୃଦୟ ଭାଙ୍ଗି ଦେଇଛି । ଜାଣନ୍ତୁ ଅଲି କ'ଣ ଲେଖିଛନ୍ତି ଏହି ଟ୍ବିଟରେ....

author img

By

Published : Sep 3, 2021, 1:50 PM IST

Updated : Sep 3, 2021, 2:20 PM IST

RIP Sidharth Shukla: ସେହନାଜଙ୍କୁ ଭେଟିବା ପରେ ଏମିତି କହିଲେ ଅଲିଗୋନି

ମୁମ୍ବାଇ: ଟେଲି ଜଗତର ଚର୍ଚ୍ଚିତ ଚେହେରା ସିଦ୍ଧାର୍ଥଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ କରିଦେଇଛି ସ୍ତବ୍ଧ । ଏଭଳି ଦୁଃଖଦ ସମୟରେ ସିଦ୍ଧାର୍ଥଙ୍କ ପରିବାର ଓ ତାଙ୍କ ମାଆ ଓ ରୁମର ଗର୍ଲଫ୍ରେଣ୍ଡ ସେହନାଜ ଗିଲଙ୍କୁ ଅବସ୍ଥାକୁ ନେଇ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ସେହନାଜଙ୍କୁ ଭେଟିବା ପରେ ଅଭିନେତା ଅଲିଗୋନିଙ୍କ ଟ୍ବିଟ ସମସ୍ତଙ୍କ ଆଖିକୁ କରିଛି ଓଦା । ସେ ସିଦ୍ଧାର୍ଥଙ୍କ ବାସଗୃହରୁ ଫେରିବା ପରେ ଏକ ଦୁଃଖଭରା ଟ୍ବିଟ କରିଛନ୍ତି ।

  • Chehra jo hamesha haste hue dekha.. khush dekha… lekin aaj jaisa dekha bass dil toot gaya💔 stay strong sana.. #numb #heartbroken

    — Aly Goni (@AlyGoni) September 2, 2021 " class="align-text-top noRightClick twitterSection" data=" ">

ତେବେ ଅଲି ସେହନାଜଙ୍କ ବର୍ତ୍ତମାନର ଅବସ୍ଥାକୁ ନେଇ ହିନ୍ଦୀ ଭାଷାରେ ଏକ ଟ୍ବିଟ କରିଛନ୍ତି । ସେ ଲେଖିଛନ୍ତି ଯେ, "ଚେହରା ଜୋ ହମେସା ହସ୍ତେ ହୁଏ ଦେଖା...ଖୁସ ଦେଖା..ଲେକିନ ଆଜ ଜୈସା ଦେଖା ବସ ଦିଲ ଟୁଟ ଗୟା...ଷ୍ଟେ ଷ୍ଟ୍ରଙ୍ଗ ସନା..।" ଯେଉଁ ଚେହେରାକୁ ସେ ସବୁବେଳେ ହସୁଥିବା ଦେଖିଥିଲେ, ଖୁସି ଥିବା ଦେଖିଥିଲେ । ଆଜି ଯେଉଁ ଅବସ୍ଥାରେ ସେହି ଚେହେରାକୁ ଦେଖିଛନ୍ତି ଏହାପରେ ତାଙ୍କ ହୃଦୟ ଭାଙ୍ଗିଯାଇଛି ବୋଲି ସେ ଟ୍ବିଟ କରି ଲେଖିଛନ୍ତି ।

ସିଦ୍ଧାର୍ଥ ଓ ସେହନାଜଙ୍କ ଯୋଡ଼ିକୁ ଉଭୟଙ୍କ ପ୍ରଶଂସକ ଖୁବ ପସନ୍ଦ କରୁଥିଲେ । ସେମାନଙ୍କୁ ଶ୍ରଦ୍ଧାରେ ପ୍ରଶଂସକ #Sidnaaz ବୋଲି ସମ୍ବୋଧନ କରୁଥିଲେ । ଉଭୟ ବିଗ ବସ-୧୩ରେ ଭେଟିଥିଲେ । ଏହାପରେ ସେମାନେ ବହୁତ ଭଲ ସାଙ୍ଗ ହୋଇଯାଇଥିବା ବେଳେ ବହୁତ ସମୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଥିଲା । ବିଗ ବସ ପରେ ଉଭୟ ହିଟ ଆଲବମ ସଙ୍ଗ ମଧ୍ୟ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି । 'ଭୁଲା ଦୁଙ୍ଗା', 'ଶୋନା ଶୋନା ' ବହୁତ ହିଟ ହୋଇଥିଲା ।

ତେବେ ସୂଚନା ଥାଉ କି ନିଜ କ୍ୟାରିଅରରେ ବେଶ ସଫଳ ଥିଲେ ସିଦ୍ଧାର୍ଥ । ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ବେଳେ 'ବାଲିକା ବଧୂ' ସିରିଏଲରୁ ଲୋକପ୍ରିୟତା ହାସଲ କରିଥିଲେ । କିନ୍ତୁ ବିଗ ବସ-୧୩ କରିବା ପରେ ସେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 3, 2021, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.