ETV Bharat / sitara

ଏଥର ଦର୍ଶକଙ୍କୁ ହସାଇବେ ରିଚା

ଅଭିନୟ ବ୍ୟତୀତ ଏଥର ରିଚା କମେଡି କରୁଥିବାର ନଜର ଆସିବେ। ସେ ଆମାଜନ ଓରିଜିନାଲ ସିରିଜ ‘ୱାନ ମାଇକ ଷ୍ଟାଣ୍ଡ’ରେ କମେଡି କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ତାପସୀ ପନ୍ନୁ ଓ ରାଜନେତା ଶଶି ଥରୁର ନଜର ଆସିସାରିଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଚା ଚଡ୍ଡା
author img

By

Published : Nov 13, 2019, 8:00 PM IST

ମୁମ୍ବାଇ: ବି-ଟାଉନର ସେକ୍ସୀ ଅଭିନେତ୍ରୀ ରିଚା ଚଡ୍ଡା ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ କମେଡି ଦୁନିଆରେ ସେ ପଦାର୍ପଣ କରିସାରିଛନ୍ତି। ଆଜ୍ଞା ହଁ, ରିଚା ଷ୍ଟାଣ୍ଡ-ଅପ କମେଡି କରିବାକୁ ଯାଉଛନ୍ତି। ସେ ଆମାଜନ ଓରିଜିନାଲ ସିରିଜ, ‘ୱାନ ମାଇକ ଷ୍ଟାଣ୍ଡ’ରେ ସାମିଲ ହୋଇଛନ୍ତି। ଏହି ଶୋରେ ପୂର୍ବରୁ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଓ ରାଜନେତା ଶଶି ଥରୁର ମଧ୍ୟ ଡେବ୍ୟୁ କରିସାରିଛନ୍ତି । ଯାହାକୁ ନେଇ ରିଚା ନିକଟରେ କହିଥିଲେ ଯେ ବର୍ତ୍ତମାନ ରାଜନେତା ଶାନଦାର କମେଡି କରି କମେଡିଆନକୁ ପଛରେ ପକାଇବାରେ ଲାଗିଛନ୍ତି ।

ପ୍ରକାଶ ଥାଉକି ରିଚା ‘ଫୁକରେ’ ଏବଂ ‘ଫୁକରେ ରିଟର୍ଣ୍ଣସ’ରେ ଜଣେ ପଞ୍ଜାବୀ କମେଡି ଝିଅ ଭୂମିକାରେ ଅଭିନୟ କରିଥିଲେ। ଆଉ ବର୍ତ୍ତମାନ ସେ ଷ୍ଟାଣ୍ଡ -ଅପ କମେଡିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ପ୍ରସ୍ତୁତ। ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ରିଚା କହିଥିଲେ ଯେ ଷ୍ଟାଣ୍ଡ-ଅପ କମେଡି ଦୁନିଆରେ ଏଣ୍ଟ୍ରି କରିବା କୌଣସି ପ୍ରୟୋଗ କରିବା ଭଳି। ଆଉ ତାଙ୍କୁ ନୂଆ ନୂଆ ପ୍ରୟୋଗ କରିବାକୁ ଭଲ ଲାଗେ। ଯେତେବେଳେ ଏହି ସୁଯୋଗ ମିଳିଲା, ଭାବିଥିଲେ ଏଥିରେ ଭାଗ୍ୟ ପରୀକ୍ଷା କରି ଦେଖିବାରେ କୌଣସି ଅସୁବିଧା ନାହିଁ।

ଏହି ଶୋ ଚ୍ୟାଲେଞ୍ଜଭରା ଏବଂ ମଜାଦାର ଅନୁଭବ ହେବ। ଏବେ କମେଡି ପାଇଁ ଲୋକେ ଅଶ୍ଳୀଳ ଶବ୍ଦର ବ୍ୟବହାର କରିବାକୁ ମଧ୍ୟ ପଛଉନାହାଁନ୍ତି । ଗତ କିଛି ବର୍ଷ ହେବ ସେ ଅନେକ ଲୋକଙ୍କ କମେଡି ଦେଖିଛନ୍ତି ଆଉ ଅନେକ ଜିନିଷ ଶିଖିଛନ୍ତି । ଆଉ ଅନେକ ଏମିତି କଥାରେ ଆହତ ମଧ୍ୟ ହୋଇଛି, ଯାହା ରାଜନୀତି ସହ ସମ୍ପୃକ୍ତ ଥିବା ଲୋକ କମେଡି କରିଥିଲେ ବୋଲି କହିଥିଲେ ରିଚା ।

Intro:Body:

TEST

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.