ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ପରଠୁ ବଲିଉଡରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଆଣିବାରେ ଲାଗିଛନ୍ତି ଫ୍ୟାନ୍ସ । ଏହାକୁ ଆଧାର କରି ସୋସିଆସଲ ମିଡିଆରେ ଅନେକ ସେଲିବ୍ରିଟିଙ୍କ ଫିଲ୍ମ ବ୍ୟାନ କରିବାକୁ ଦାବି କରୁଛନ୍ତି କିଛି ଫ୍ୟାନ୍ସ । ସେହିପରି ସୁଶାନ୍ତଙ୍କ ଆତ୍ମହତ୍ୟାରେ ଫ୍ୟାନ୍ସଙ୍କ ସହ କିଛି ସେଲିବ୍ରିଟି ମିଶି ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଥିଲେ ।
ଅନ୍ୟପଟେ ଆଉ କିଛି ସେଲିବ୍ରିଟି ବିନା କୌଣସି କଥାରେ ନିଜ ମନର ବ୍ୟଥାକୁ ଭିନ୍ନ ଉପାୟରେ ପ୍ରକାଶ କରିଛନ୍ତି । ହେଲେ ଇତିମଧ୍ୟରେ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି ପପୁଲାର ଅଭିନେତ୍ରୀ ରିଚା ଚଡ୍ଡା । ସେ ସୁଶାନ୍ତଙ୍କ ମୃତ୍ୟୁରେ କିଛି କହିନଥିବାରୁ ତାଙ୍କୁ ଟ୍ରୋଲ କରୁଛନ୍ତି ଫ୍ୟାନ୍ସ । ହେଲେ ରିଚା ମଧ୍ୟ ଟ୍ରୋଲର୍ସଙ୍କୁ ବର୍ତ୍ତମାନ ଜବାବ ଦେଇ ଚର୍ଚ୍ଚାରେ ଆସିଛନ୍ତି ।
ଜଣେ ୟୁଜର ଲେଖିଛନ୍ତି, ‘ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ତୁମେମାନେ କାହିଁକି ଚୁପ ଅଛ ? ଯଦି ଏହି ଜିନିଷ ତୁମମାନଙ୍କ ସହ ହୋଇଥାଆନ୍ତା, ତାହାରେ ତୁମେ ଏହିପରି ଚୁପ ରହିଥାଆନ୍ତା ।’
ଏହାର ଉତ୍ତର ଦେଇ ରିଚା ଲେଖିଛନ୍ତି, ‘ଆମେ ଚୁପ କିପରି ଅଛୁ ? ତୁମର ସାହସ କେମିତି ହେଲା ଏପରି ପରାର୍ମଶ ଦେବାକୁ ? ତୁମକୁ ଜଣା ଅଛି କି ପୋଲିସ ଏହି ମାମଲାରେ ତଦନ୍ତ କରୁଛି ବୋଲି । ଆଉ ସମସ୍ତେ ବୟାନ ଦେଇ ପୋଲିସକୁ ଅପରେଟ କରୁଛନ୍ତି । ତୁମ ଭଳି ଟ୍ରୋଲର୍ସ ଏହି ସମସ୍ୟାରେ ମେଣ୍ଟାଲ ହେଲ୍ଥକୁ ଅଣଦେଖା କରି ଦେଉଛନ୍ତି । ଆଉ ତୁମେ ନିଜକୁ ଡାକ୍ତର କହୁଛ । ତେବେ କଣ ହେବ ଯେବେ ତୁମ ଭଳି ଟ୍ରୋଲର୍ସଙ୍କ ପାଇଁ କେହି ଯଦି ଜୀବନ ହାରିଦେବେ । କଣ ତୁମ ଉପରେ ସୁସାଇଡ ପାଇଁ ଉତ୍ତେଜିତ କରିବାର ଅଭିଯୋଗ ଲାଗିବା ଦରକାର। ଏପରି ଫାଲତୁ କଥା କହିବା ବନ୍ଦ କର । ତୁମେ ସୁଶାନ୍ତଙ୍କ ମୃତ୍ୟୁର ଅପମାନ କରୁଛ ।’