ETV Bharat / sitara

ନିଲାମ ହେଉଛି ରିଚାଙ୍କ ସ୍କେଚ

ନିଜ ହ୍ୟାଣ୍ଡମେଡ ସ୍କେଚ ତିଆରି କରି ସୋସିଆଲ ମିଡିଆରେ ସେୟାର କଲେ ରିଚା । ଫ୍ୟାନ୍ସ କିଣିବାକୁ ବ୍ୟାକୁଳ ।

author img

By

Published : Jun 29, 2019, 11:31 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରିଚା ଚଡ୍ଡା

ମୁମ୍ବାଇ: ମଲ୍ଟି ଟ୍ୟାଲେଣ୍ଟେଡ ଆକ୍ଟ୍ରେସ ରିଚା ଚଡ୍ଡା ଅଭିନୟ ବ୍ୟତିତ ଅନ୍ୟ କଳାରେ ମଧ୍ୟ ନିପୁଣ । ଜଣେ ଅଭିନେତ୍ରୀ ହେବା ରୂପେ ସେ ସଟ ଫିଲ୍ମର ନିର୍ମାଣ ଏବଂ ନିର୍ଦ୍ଦେଶନାରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିସାରିଛନ୍ତି । ଏହାସହ ତାଙ୍କର ସଙ୍ଗୀତ ଉପରେ ମଧ୍ୟ ଅନେକ ଜ୍ଞାନ ଅଛି । ଆଉ ସେ ଏକ ପଞ୍ଜାବୀ ପପ ସଙ୍ଗ ଗାଇ ଗାୟିକା ହେବାର ସାହସ ମଧ୍ୟ ଦର୍ଶକଙ୍କୁ ଦେଖାଇ ସାରିଛନ୍ତି ।

photo-2

ସେ ଜଣେ ଭଲ ସ୍ପିକର ମଧ୍ୟ । ସେ ଲୋକାଲ, ଇଣ୍ଟରନ୍ୟାସନାଲ ପ୍ଲାଟଫର୍ମରେ ସୋସିଆଲ ରିଫର୍ମ , ସିନେମା, ୱମେନ ଏମ୍ପାୱରମେଣ୍ଟ, ଚିଲଡ୍ରେନ ୱେଲଫେୟାର, ଟେକ୍ନୋଲୋଜି ଏବଂ ଆବିଷ୍କାର, ଆନିମଲ ପ୍ରୋଟେକ୍ସନ ଆଦି ଅନେକ ପ୍ରସଙ୍ଗ ଉପରେ କଥା ହୋଇସାରିଛନ୍ତି ।

ଖାଲି ଏତିକି ନୁହେଁ ରିଚାଙ୍କର ଏମିତି ଏକ ଗୁଣ ଅଛି ଯାହା ଫ୍ୟାନ୍ସଙ୍କୁ ହୁଏତ ଜଣାନାହିଁ । କଥାଟି ହେଲା କି ରିଚା ସ୍କେଚିଂ ଏବଂ ପେଣ୍ଟିଂ କରିବାରେ ମଧ୍ୟ ସୌଖୀନ । ଗତ ମାସରେ ରିଚା ସୋସିଆଲ ମିଡିଆରୁ କିଛି ଦିନର ବ୍ରେକ ନେଲା ପରେ ଜୁନ 1ରେ ସେ ଇନଷ୍ଟାଗ୍ରାମରେ ନିଜ ହ୍ୟାଣ୍ଡମେଡ ସ୍କେଚ ପୋଷ୍ଟ କରି ଫ୍ୟାନ୍ସଙ୍କୁ ସରପ୍ରାଇଜ କରିଦେଇଥିଲେ ।

photo-1

ସେ ଏକ ଏବ୍ସଟ୍ରାକ୍ଟ ଆର୍ଟକୁ ସୁନ୍ଦର ସ୍କେଚରେ ତିଆରି କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା ବର୍ତ୍ତମାନ ଅନେକ ଲୋକଙ୍କୁ ଆକର୍ଷିତ କରିଛି । ଜଣେ ବିଦେଶୀ ଫ୍ୟାନଙ୍କୁ ରିଚାଙ୍କ ଏହି ପେଣ୍ଟିଂ ଏତେ ପସନ୍ଦ ଆସିଛି ଯେ ସେ ଏହାକୁ କିଣିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ସେହି ଫ୍ୟାନ ଜଣଙ୍କ ଏହାକୁ କିଣିବା ପାଇଁ ରିଚାଙ୍କ ଟିମ ସହ ମଧ୍ୟ କଥା ହୋଇ କରିସାରିଛନ୍ତି ।

ଅନ୍ୟପଟେ ରିଚାଙ୍କ ଏହି ସ୍କେଚ ତିଆରି କରିବାର ଲକ୍ଷ କିଛି ଭିନ୍ନ । ସେ ଚାହୁଁଛନ୍ତି ଏହି ସ୍କେଚ ଚ୍ୟାରିଟି ପାଇଁ ବିକ୍ରୀ କରିବେ । ଏଥିରୁ ମିଳିବା ଧନରାଶିକୁ ଏନଜିଓକୁ ଦାନ କରିବେ ବୋଲି ସ୍ଥିର କରିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.