ମୁମ୍ବାଇ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ଏକ ମାସ ବିତିଗଲାଣି । କିନ୍ତୁ ତାଙ୍କ ଆତ୍ମହତ୍ୟା ମାମଲାରେ ପୋଲିସର ତଦନ୍ତ ଜାରି ରହିଛି । ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କର ପରିବାର ଠାରୁ ଆରମ୍ଭ କରି ଅନେକ ପ୍ରଶଂସକ ସିବିଆଇ ତଦନ୍ତ ଚାହୁଁଛନ୍ତି ।
ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ କଥିତ ଗର୍ଲଫ୍ରେଣ୍ତ ରିୟା ଚକ୍ରବର୍ତ୍ତୀ ଅମିତ ଶାହାଙ୍କୁ ପୋଷ୍ଟ ଲେଖି ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ଏଥିସହ ସେ ନିଜକୁ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ବୋଲି ମଧ୍ୟ କହିଛନ୍ତି ।
- " class="align-text-top noRightClick twitterSection" data="
">
ରିୟା ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୁଁ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତଙ୍କ ଦେହାନ୍ତକୁ ଏକ ମାସରୁ ଅଧିକ ସମୟ ହୋଇଗଲାଣି । ମୋର ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ତଥାପି, ମୁଁ ହାତ ଯୋଡି ଆପଣଙ୍କୁ ଅନୁରୋଧ କରୁଛି ଯେ, ଏହି ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରନ୍ତୁ । ମୁଁ କେବଳ ଜାଣିବାକୁ ଚାହୁଁଛି ଯେ, ସୁଶାନ୍ତଙ୍କୁ ଏପରି ପଦକ୍ଷେପ କାହିଁକି ନେଲେ?, ରିୟା ଚକ୍ରବର୍ତ୍ତୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ