ETV Bharat / sitara

ଫେରିଆସ ସୁଶାନ୍ତ, ତମ ବିନା ଜୀବନ ଜୀବନ ନୁହେଁ: ରିଆ

author img

By

Published : Jun 15, 2021, 6:39 AM IST

ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଭାବବିହ୍ବଳ ନଜର ଆସିଲେ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ । ଭାଇରାଲ ହେଉଛି ପୋଷ୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଗୋଟିଏ ବର୍ଷ ବିତିଛି । ଗତବର୍ଷ ଜୁନ୍‌ 14 ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ତେବେ ତାଙ୍କ ମୃତ୍ୟୁ ପରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ ତାଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ । ଆଉ ସୁଶାନ୍ତଙ୍କ ପୁଣ୍ୟତିଥୀରେ ଏକ ଭାବ ବିହ୍ବଳ ପୋଷ୍ଟ କରିଛନ୍ତି ରିୟା । ଏହି ପୋଷ୍ଟରେ ରିଆ ଲେଖିଛନ୍ତି ଯେ ସେ ସୁଶାନ୍ତୁଙ୍କୁ ଖୁବ୍‌ ମନେ ପକାଉଛନ୍ତି । ସୁଶାନ୍ତଙ୍କ ସହ ରିୟା ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

ନିଜ ଇନଷ୍ଟାଗ୍ରାମରେ ରିଆ ଲେଖିଛନ୍ତି, ‘‘ଏମିତି କୌଣସି କ୍ଷଣ ନାହିଁ ଯେତେବେଳେ ମତେ ଲାଗିଛି ଯେ ତମେ ଏଇ ଦୁନିଆଁରେ ନାହଁ । ଲୋକ କୁହନ୍ତି ଯେ ସମୟ ସହ ସବୁ କ୍ଷତ ଭରିଯାଏ କିନ୍ତୁ ତମେ ମୋ ସମୟ ଆଉ ମୋର ସବୁକିଛି ଥିଲ । ମୁଁ ଜାଣେ ତମେ ମତେ ଜହ୍ନରାଇଜରୁ ନିଜ ଟେଲିସ୍କୋପରେ ଦେଖୁଥିବ ଓ ମୋ ରକ୍ଷା କରୁଥିବ । ତମ ବିନା କିଛି ଜୀବନ ନାହିଁ, ଏହି ଜୀବନର ମାନେ ତମେ ନିଜ ସହ ନେଇ ଯାଅ । ଏହି ଶୂନ୍ୟତାକୁ ଭରା ଯାଇପାରିବ ନାହିଁ । ତମ ବିନା, ମୁଁ ମଧ୍ୟ ଛିଡ଼ା ହୋଇଛି । ମୁଁ ବଞ୍ଚିବା ପାଇଁ ପ୍ରତିଦିନ ତମର ଅପେକ୍ଷା କରୁଛି । ମୁଁ ଜାଣେ ତମେ ମୋ ପାଖେ ପାଖେ ଅଛ । ମତେ ତମ କଥା ଖୁବ୍‌ ମନେ ପଡ଼ୁଛି, ମୋର ସବୁଠାରୁ ଭଲ ବନ୍ଧୁ... ମୋ ପ୍ରିୟ...’’

ଅନ୍ୟ କଳାକାର ମାନେ ମଧ୍ୟ ସୁଶାନ୍ତଙ୍କ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ମନେ ପକାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.